Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଫୁଟିଲା ପଦ୍ମ: ମୀରାରାଣୀ ନିର୍ଦ୍ୱନ୍ଦ୍ବରେ ମହାକାଳପଡ଼ା ଅଧ୍ୟକ୍ଷା ନିର୍ବାଚିତ

    Share on :
    ajab-Image
    Date: Jun 25, 2025    Views: 11207

    କେନ୍ଦ୍ରାପଡ଼ା: ୬୩ ବର୍ଷ ପରେ ପ୍ରଥମଥର ପାଇଁ ବିଜେପି ହାତକୁ ଗଲା ମହାକାଳପଡ଼ା ବ୍ଲକ୍। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଗଡ଼ କୁହାଯାଉଥିବା ମହାକାଳପଡ଼ା ବ୍ଲକରେ ଫୁଟିଲା ପଦ୍ମ। ୨୦୦୯ରୁ ୨୦୨୫ ମସିହା ପର୍ୟ୍ୟନ୍ତ ଅତନୁଙ୍କ ଶିବିରରେ ରହି ମହାକାଳପଡ଼ା ବ୍ଲକକୁ ଦଖଲ କରୁଥିବା ବିଜେଡି କର୍ମୀମାନେ ଅନାସ୍ଥା ଭୋଟରେ ଖେଳ ବିଗାଡିବା ପରେ ବର୍ତ୍ତମାନ ବିଧାୟକ ଦୁର୍ଗା ପ୍ରସନଙ୍କ ଏହା ବୃହତ ବିଜୟ ବୋଲି ବିବେଚନା କରାଯାଉଛି।
     କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଅଧ୍ୟକ୍ଷ ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ମୀରାରାଣୀ ମହାନ୍ତି ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ମହାକାଳପଡ଼ା ବ୍ଲକ ଗଡ଼ରୋମିତ ସମିତି ସଭ୍ୟା ମୀରାରାଣୀ ମହାନ୍ତିଙ୍କୁ ସମର୍ଥନ କରିବା ପାଇଁ ଆଜି ୨୫ ଜଣ ସମିତି ସଭ୍ୟ ଉପସ୍ଥିତ ଥିଲେ। ତେବେ ମୀରାରାଣୀଙ୍କ ବିପକ୍ଷରେ ବିଜେଡି ପକ୍ଷରୁ ପ୍ରାର୍ଥୀ ଦିଆଯିବା ଆଶଙ୍କା ରହିଥିବା ବେଳେ ଶେଷ ସମୟ ପର୍ୟ୍ୟନ୍ତ ଅନ୍ୟ କୌଣସି ପ୍ରାର୍ଥୀ ନୋମିନେସନ ନକରିବାରୁ ମୀରାରାଣୀ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ।ବ୍ଲକ ଅଧ୍ୟକ୍ଷା ରୂପେ ନିର୍ବାଚିତ ହେବା ପରେ ଡବଲ ଇଞ୍ଜିନ୍ ସରକାରରେ ମହାକାଳପଡ଼ା ଅଞ୍ଚଳରେ ବିକାଶ ପୂର୍ବାପେକ୍ଷା ଅଧିକ ତ୍ୱରାନ୍ୱିତ ହେବ ବୋଲି ମୀରାରାଣୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଗତ ମେ ମାସ ୨୮ ତାରିଖରେ ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା ବିଜେଡିର କଳ୍ପନା ରାଉତଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ଏଥିରେ କଳ୍ପନାଙ୍କୁ ପଦ ହରାଇବା ପାଇଁ ପଡିଥିଲା।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook