Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିର କିଏ ହେବ ରାଜ୍ୟ ମୁଖିଆ?

    Share on :
    ajab-Image
    Date: Jan 16, 2025    Views: 3272

    ଭୁବନେଶ୍ୱର: ରାଜ୍ୟ ବିଜେପିର ହେବ ନବକଳେବର । ନୂଆବର୍ଷରେ ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ଶେଷ ହେବାକୁ ଯାଉଛି । ଦଳର ପରବର୍ତ୍ତୀ ରାଜ୍ୟ ସଭାପତି କିଏ?  ବିଜେପି ଦଳ ସହ ରାଜ୍ୟ ରାଜନୀତି ପାଇଁ ଏହା ଏବେ ବଡ଼ ପ୍ରଶ୍ନ । କେନ୍ଦ୍ରୀୟ ହାଇକମାଣ୍ଡ କାହାମୁଣ୍ଡରେ ସୁନାକଳସ ଢାଳୁଛନ୍ତି ତା’କୁ ସାରା ରାଜ୍ୟର ବିଜେପି ନେତା ଓ କର୍ମୀମାନେ ବେଶ୍‌ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ସଭାପତି ମନମୋହନ ସାମଲଙ୍କ ପରେ କିଏ ଦଳର ମଙ୍ଗ  ଧରିବ ତା’କୁ ନେଇ ଆରମ୍ଭ ହୋଇଛି ଅଙ୍କକଷା ।  
    ବିଜେପିର କିଏ ହେବ ରାଜ୍ୟ ମୁଖିଆ? ଏହି  ରେସରେ ବିଭିନ୍ନ ନେତା ଥିବା ଚର୍ଚ୍ଚା ହେଉଛି ।  ମାତ୍ର ସବୁକିଛି ନିର୍ଭର କରୁଛି କେନ୍ଦ୍ରୀୟ ନେତୃତ୍ୱ ଉପରେ । ବିଜେପିର ସୂତ୍ର କହୁଛି, ଜାନୁଆରୀ ଶେଷ ସୁଦ୍ଧା ଓଡ଼ିଶା ବିଜେପି ନୂଆ ସଭାପତି  ପାଇବ । ଏଥିପାଇଁ ଦିଲ୍ଲୀରେ ବିଜେପି କୋର କମିଟିର ଦୁଇଥର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଲାଣି ।  

    ବିଜେପି ରାଜ୍ୟରେ କ୍ଷମତାକୁ ଆସିଛି । ଦୀର୍ଘମିଆଦି ଭିତ୍ତିରେ ରାଜ୍ୟରେ କ୍ଷମତାରେ ରହିବାକୁ କେନ୍ଦ୍ରୀୟ ବିଜେପି ସାଂଗଠନିକ ବିସ୍ତାରକୁ ଗୁରୁତ୍ୱ ଦେଉଛି । ବୁଥ୍‌ସ୍ତରରୁ ସଂଗଠନକୁ ବଳୁଆ କରିବାକୁ ମଧ୍ୟ ଦଳ ଯୋଜନା କରୁଛି । ସଂଗଠନ ଓ ସରକାର ସମନ୍ୱୟ ରକ୍ଷା କରି ଚାଲିବାକୁ ନୂଆଦିଲ୍ଲୀରୁ ନିର୍ଦ୍ଦେଶ ଜାରି ହୋଇଛି । ଦଳର ସଭାପତି ପଦ ଉପରେ ଏବେ ବହୁ ନେତା ଆଖି  ପକାଇଛନ୍ତି । ଦଳରେ କିନ୍ତୁ ୨/୩ଟି ଗୋଷ୍ଠୀ ନିଜ ସପକ୍ଷରେ ଲବି କରୁଛନ୍ତି । ମାତ୍ର ହାଇକମାଣ୍ଡ କାହାକୁ ଆଶୀର୍ବାଦ କରିବେ ତାହା ଏଯାଏଁ ଅସ୍ପଷ୍ଟ । 

    Maximum 500 characters

    ରାଜନୀତି View all

    Find Us on Facebook