Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ୨୫ ବର୍ଷ ପର୍ୟ୍ୟନ୍ତ ବିଜେପି ଓଡ଼ିଶାରେ ରାଜ କରିବ:ବିଜୟ ପାଲ ସିଂ

    Share on :
    ajab-Image
    Date: Nov 14, 2024    Views: 3404

    ଭୁବନେଶ୍ବର: କିଛି ଦିନ ହେବ ରାଜ୍ୟ ରାଜନୀତିରେ କଥା କଟାକଟି ଚାଲିଛି । ବିଜେଡି କହୁଛି ବିଜେପିରୁ କିଛି ବିଧାୟକ ଏବଂ ସାଂସଦ ଆମ ସମ୍ପର୍କରେ ଅଛନ୍ତି । ଆମେ କଂଗ୍ରେସ ସହିତ ମେଣ୍ଟ କରି ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବେ । ବିଜେପି କହୁଛି ବିଜେଡି ଭାଙ୍ଗିଯିବ । ଦଳରେ କେହି ରହିବେ ନାହିଁ । ତେବେ ଏସବୁ ଭିତରେ  ରାଜ୍ୟ ବିଜେପି ପ୍ରଭାରୀ ବଡ଼ ବୟାନ ଦେଇଛନ୍ତି ।
    ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଛନ୍ତି," ଆମେ ଭାଙ୍ଗୁନୁ ଆପେ ଆପେ ଭାଙ୍ଗୁଛି ବିଜେଡ଼ି । ଦଳ ବଞ୍ଚେଇବା ପାଇଁ ଏମିତି କହୁଛନ୍ତି ବିଜେଡ଼ି ନେତା । ଆମେ ସଂଖ୍ୟା ଗରିଷ୍ଠତାରେ ଅଛୁ ,କଂଗ୍ରେସ ସହ ମିଶି କଣ କରିବେ ବିଜେଡି ନେତା । ଆମେ ଭାଙ୍ଗୁନୁ ଆପେ ଆପେ ଭାଙ୍ଗୁଛି ବିଜେଡ଼ି । ୨୫ ବର୍ଷ ବିଜେପି ଏଠାରେ ରାଜ କରିବ । ଯାହା ବିଜେଡ଼ି ୨୫ ବର୍ଷରେ କରିପାରିଲା ନାହିଁ ତାହା ବିଜେପି ସରକାର ୩ ମାସରେ କରିକି ଦେଖାଇଲା । ୩୧୦୦ ଟଙ୍କା ଧାନର ମୂଲ୍ୟ ମିଳିଲା, ଯାହାର ଦର ୨୩୦୦ ଟଙ୍କା ଦର ।’
    "ରତ୍ନ ଭଣ୍ଡାର ଚାବି ହଜେଇ ଦେଇଥିଲେ ଏହାକୁ ଖୋଲାଗଲା, ଏହା କ'ଣ କାମ ନୁହେଁ । ସୁଭଦ୍ରା ଯୋଜନାରେ ମହିଳାମାନଙ୍କ ସାହାଯ୍ୟ ଏହା କ'ଣ କାମ ନୁହେଁ । ଯାହା ଆମେ ପ୍ରତିଶ୍ରୁତି ଦେଇଥିଲୁ ୩ ମାସରେ ପୂରଣ କରିଛୁ । ବିଜେଡି ଧୋକା ଦେଉଥିଲା । କେନ୍ଦ୍ର ବିଜେପି ସରକାର କାମକୁ ନିଜ ନାମରେ କରୁଥିଲେ । ତାହା ଲୋକ ବୁଝିଲେ ଏଥିପାଇଁ ସେମାନେ କ୍ଷମତାରୁ ଗଲେ । ବିଜେଡି କାର୍ୟ୍ୟକର୍ତ୍ତା ପଳେଇ ନଯିବେ ସେଥିପାଇଁ ଏମିତି କହିଛନ୍ତି । ସାଂସଦ ଓ ବିଧାୟକ ଦଳ ଛାଡ଼ୁଛନ୍ତି ତେଣୁୁ ଏପରି କହିଛି ବିଜେଡ଼ି । ଆମେ ସଂଖ୍ୟା ଗରିଷ୍ଠତାରେ ଅଛୁ । କଂଗ୍ରେସ ସହିତ ମିଶି କ'ଣ କରିବେ ? ସେ ତାଙ୍କ ଦଳକୁ ବଞ୍ଚେଇବା ପାଇଁ ଏମିତି କହୁଛନ୍ତି । ଆମେ ଭାଙ୍ଗୁନୁ ଆପେ ଆପେ ବିଜେଡ଼ି ଭାଙ୍ଗୁଛି । ୨୫ ବର୍ଷ ପର୍ୟ୍ୟନ୍ତ ବିଜେପି ଏଠାରେ ରାଜ କରିବ ।"

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook