Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପିରେ ମିଶିବେ ବିଜେଡିର ୨୭ଜଣ ବିଧାୟକ: ଆସିକା ବିଧାୟକ

    Share on :
    ajab-Image
    Date: Nov 6, 2024    Views: 3291

    ଭୁବନେଶ୍ବର: ବିଜେଡି ନେତା ମୁନ୍ନା ଖାଁଙ୍କ ବୟାନ ପରେ କଡ଼ା ଜବାବ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ । ଦଳ ଅଦଳବଦଳ ଚର୍ଚ୍ଚାକୁ ନେଇ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ବଡ ବୟାନ । ସେ କହିଛନ୍ତି,"ବିଜେପିରେ ମିଶିବେ ବିଜେଡିର ୨୭ଜଣ ବିଧାୟକ । ଆମ ସହ ଯୋଗାଯୋଗରେ ଅଛନ୍ତି । ଆମ ଦଳର ନେତୃତ୍ୱ ସହ ଆଲୋଚନା କରୁଛନ୍ତି ।"ସେପଟେ ବାଲେଶ୍ବରେ ବିଜେଡ଼ି ପକ୍ଷରୁ ଆୟୋଜନ ହୋଇଛି 'ଜନ ସମ୍ପର୍କ ପଦଯାତ୍ରା' ।
    ବିଜେପି ବିଧାୟକ ସରୋଜ ପାଢ଼ୀ କହିଛନ୍ତି,"ବିଜେଡିର ୨୭ ବିଧାୟକ ବିଜେପିରେ ମିଶିଲେ ଦଳ ତାଙ୍କୁ ସ୍ୱାଗତ କରିବ । ସେମାନଙ୍କୁ କେଉଁ ଦାୟିତ୍ୱ ଦିଆଯିବ ସେନେଇ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ । ବିଜେଡି ଏବେ ବିଗ୍ ଜିରୋ । ସେମାନେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । ବିଜେଡିର ଆଉ ଭବିଷ୍ୟତ ନାହିଁ । ବିଜେଡି ଏକ କ୍ଷେତ୍ରୀୟ ଦଳ, ବିଜେପି ଏକ ବିଶାଳ ଜାତୀୟ ପାର୍ଟି ।ସେ ଆହୁରି ମଧ୍ୟ କହଛନ୍ତି," ବିଜେଡି ଆଉ ରହିବନି । ଖାଲି ବିଧାୟକ ନୁହନ୍ତି ଆହୁରି ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ଆସିବେ । ମୁନ୍ନା ଖାଁ ନିଜର ସ୍ଥିତି ଜାଣି ନାହାନ୍ତି । କେହି ବିଜେପି ଛାଡ଼ି ବିଜେଡି ଯିବେନି । ସେ ଜାଣି ନାହାନ୍ତି କି ୧୪ ବିଧାୟକ ଗଲେ ଦଳ ବଦଳ ଆଇନ ଲାଗୁ ହେବ । କିନ୍ତୁ ୨୭ ଆସିଲେ କୌଣସି ଆଇନ ଲାଗୁ ହେବ ନାହିଁ ।"ପ୍ରକାଶ ଯୋଗ୍ୟ, ବିଜେଡି ସାଂସଦ ମୁନ୍ନା ଖାଁ ବିଜେପିର ୧୪ ଜଣ ବିଧାୟକ ବିଜେଡ଼ିରେ ମିଶିବେ ବୋଲି କହିଥିଲେ । ଆଗକୁ ବିଜେଡି ସରକାର ଗଢ଼ିବ , ବିଜେପିର ବହୁ ବିଧାୟକ ବିଜେଡି ସହ ଯୋଗାଯୋଗରେ ଅଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ ।ତେବେ ଏହାକୁ କଟାକ୍ଷ କରି  ବିଜେପି ବିଧାୟକ ଏଭଳି କହିଛନ୍ତି ।

    Maximum 500 characters

    ରାଜନୀତି View all

    Find Us on Facebook