Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜଭବନ ସମସ୍ତଙ୍କର, ସେଥିରେ କୌଣସି ରାଜନୀତି ନାହିଁ : ବିଜେପି

    Share on :
    ajab-Image
    Date: Oct 5, 2024    Views: 3459

    ଭୁବନେଶ୍ବର: ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନ ୱାର ରୁମ ସାଜିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡିର ଅଭିଯୋଗକୁ ସମର୍ଥନ କରିଛି କଂଗ୍ରେସ । ଫଳରେ ଓଡିଶା ରାଜଭବନ ରାଜନୈତିକ ପଶାପାଲିରେ ଛନ୍ଦି ହୋଇପଡିଛି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିରୋଧୀ କଂଗ୍ରେସ, ବିଜେଡି ଓ ଶାସକ ବିଜେପି । ବିଜେପି ବିଧାୟକ ଭାସ୍କର ମଢେଇ କଂଗ୍ରେସ ଓ ବିଜେଡିର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଭାସ୍କର କହିଛନ୍ତି, "ଓଡିଶା ରାଜଭବନ ଓ ଝାଡଖଣ୍ଡ ନିର୍ବାଚନ ଭିନ୍ନ କଥା । ବିଭିନ୍ନ ରାଜ୍ୟ ରାଜ୍ୟ ସହ ଦଳର ସମ୍ପର୍କ ଥାଏ । କିଏ କେଉଁଠିକୁ ଯିବା ବା ଆସିବ ତାହା ଦଳ ଆଧାରରେ ବିଚାର ହୁଏ । ସେଥିରେ ଆମର କିଛି କହିବାର ନାହିଁ । ଯିଏ ଯେଉଁଠିକି ଯାଇପାରିବ । ଲୋକଙ୍କ ସହ ମିଶି ପାରିଲା, ଲୋକଙ୍କ ପ୍ରିୟ ହୋଇପାରିଲା । ସେ ସରକାର ସଫଳ ସରକାର । ରାଜଭବନ ସମସ୍ତଙ୍କର । ସେଥିରେ କୌଣସି ରାଜନୀତି ନାହିଁ । ବିଭିନ୍ନ ସମସ୍ୟା ନେଇ ସମସ୍ତେ ରାଜ୍ୟପାଳଙ୍କ ପାଖକୁ ଯାଇପାରିବେ । ନିର୍ବାଚନ କଣ୍ଟ୍ରୋଲ ରୁମ ଅଭିଯୋଗ ଏକ ଗୁଜବ । ବିରୋଧୀ ଦଳ ବିଭିନ୍ନ କଥାକୁ ନେଇ ଶାସକ ଦଳକୁ ସମାଲୋଚନା କରିବେ । ବିରୋଧୀଙ୍କ ଏହି ଅଭିଯୋଗରେ ଆମେ ସହମତ ନୁହଁ ।"

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook