ଭୁବନେଶ୍ବର: ଆସିଲାଣି ପାର୍ବଣ ୠତୁ । ଏହାକୁ ନଜର ରଖି ପୂଜା ପେଣ୍ଡାଲକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସଦସ୍ୟତା ଅଭିଯାନ ମାଧ୍ୟମରେ ଦଳରେ ଯୁବକମାନଙ୍କୁ ସାମିଲ କରାଯିବ । ସାରା ରାଜ୍ୟର ପ୍ରତି ମଣ୍ଡଳ ଯେଉଁ ଜାଗାରେ ପୂଜା ହେବ । ସେହିସବୁ ପେଣ୍ଡାଲରେ ଦଳ କ୍ୟାମ୍ପ କରିବ । ଏନେଇ ରାଜ୍ୟ କାର୍ୟ୍ୟାଳୟରେ ବଜେପି ଯୁବ ମୋର୍ଚ୍ଚ ପକ୍ଷରୁ ଏନେଇ ଏକ ସଦସ୍ୟତା କର୍ମଶାଳା ଆୟୋଜନ ହୋଇଥିଲା । ରାଜ୍ୟ ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ଯୁବ ମୋର୍ଚ୍ଚ ସଭାପତି ଅଭିଳାଷ ପଣ୍ଡା କର୍ମୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।
ବିଜେପିର ସଦସ୍ୟତା ଅଭିଯାନ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଛି । ୨୫ ତାରିଖ ପର୍ୟ୍ୟନ୍ତ ପ୍ରଥମ ପର୍ୟ୍ୟାୟ ସଦସ୍ୟତା ଚାଲିଥିଲା । ଦ୍ଵିତୀୟ ପର୍ୟ୍ୟାୟ ସଦସ୍ୟତା ଅଭିଯାନ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ତାରିଖ ପର୍ୟ୍ୟନ୍ତ ଚାଲିବ । ଯାହାକୁ ନେଇ ବିଜେପି ମୋର୍ଚ୍ଚାମାନଙ୍କୁ ଦାୟିତ୍ଵ ଦିଆଯାଇଛି । ବିଜେପି ଯୁବମୋର୍ଚ୍ଚା ଏହାକୁ ନେଇ ରଣନୀତି କରିଛି ।
ବିଜେପି ଯୁବ ମୋର୍ଚ୍ଚାର ଟାର୍ଗେଟ ରାଜ୍ୟର ସମସ୍ତ କଲେଜ କ୍ୟାମ୍ପସ, ସମସ୍ତ ହଷ୍ଟେଲ, ଛାତ୍ରଛାତ୍ରୀ ରହୁଥିବା ମେସକୁ ଯାଇ ଯୁବ ବର୍ଗଙ୍କୁ ବିଜେପି ସାମିଲ କରିବା ପାଇଁ ରଣନୀତି ହୋଇଛି । ଡିଗ୍ରୀ କଲେଜ, ବିଶ୍ଵବିଦ୍ୟାଳୟ, ପ୍ରଫେସନାଲ କଲେଜ, କୋଚିଂ ସେଣ୍ଟର ଯୁବ ମୋର୍ଚ୍ଚା କ୍ୟାମ୍ପ କରି ତାର ସଦସ୍ୟତା ଅଭିଯାନ କରିବ । କ୍ୟାମ୍ପ ମେମ୍ବରସିପ ମାଧ୍ୟମରେ ବିଜେପି ତାର ସଦସ୍ୟ କରିବ । ପୂଜା ପେଣ୍ଡଲରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସଦସ୍ୟତା ଅଭିଯାନ ମାଧ୍ୟମରେ ଦଳରେ ଯୁବକମାନଙ୍କୁ ସାମିଲ କରାଯିବ । ସାରା ରାଜ୍ୟର ପ୍ରତି ମଣ୍ଡଳ ଯେଉଁ ଜାଗାରେ ପୂଜା ହେବ । ସେଇ ସବୁ ପେଣ୍ଡାଲରେ ଦଳ କ୍ୟାମ୍ପ କରିବ । ବଜାର, ହାଟ, ମଲରେ ଏହି ଅଭିଯାନକୁ ତ୍ବରାନ୍ବିତ କରି ବିଜେପିରେ ଅଧିକରୁ ଅଧିକ ଯୁବ ବର୍ଗଙ୍କୁ ସାମିଲ କରାଯିବ । ବିଜେପି ଯୁବ ମୋର୍ଚ୍ଚା ଏହି ୧୫ ଦିନକୁ ତିନି ଭାଗରେ ବିଭକ୍ତ କରି ତାର ସଦସ୍ୟତା ଅଭିଯାନ ଟାର୍ଗେଟକୁ ସଫଳ କରିବା ପାଇଁ ଯୋଜନା କରିଛି ।
ଅକ୍ଟୋବର ୧ ତାରିଖରୁ ୬ ତାରିଖ ପର୍ୟ୍ୟନ୍ତ କଲେଜ କ୍ୟାମ୍ପସ ଏବଂ ହଷ୍ଟେଲରେ ମେମ୍ୱରସିପ ଡ୍ରାଇଭ ହେବ । ପରବର୍ତ୍ତୀ ସମୟରେ ଖେଳ ପଡିଆ, ୟୁଥ କ୍ଲବ, ରେଳ ଷ୍ଟସନ, ବସ ଷ୍ଟାଣ୍ଡ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମେମ୍ୱରସିପ ଡ୍ରାଇଭ ହେବ । ସେହିପରି ଐତିହାସିକ କୀର୍ତ୍ତି ରାଜି, ମନ୍ଦିର ବିଶେଷ ଯୁବ ବର୍ଗ ଯେଉଁ ସ୍ଥାନରେ ଏକଜୁଟ ହୁଅନ୍ତି । ସେଠାରେ ମଧ୍ୟ ଦଳର ସଦସ୍ୟତା ଅଭିଯାନ ମାଧ୍ୟମରେ ବିଜେପିରେ ଯୁବ ବର୍ଗଙ୍କୁ ସାମିଲ କରାଯିବ । ବିଜେପି ଯୁବମୋର୍ଚ୍ଚା ଦଳକୁ ତୃଣମୂଳ ସ୍ଥରରେ ମଜବୁତ କରିବା ଆଗକୁ ବଢିବ ।
Comments ସମସ୍ତ ମତାମତ