Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଘରକରଣ

ମୁଖ୍ୟ ଖବର

    ବବିଙ୍କ ମା’ଙ୍କୁ ଟିକେଟ

    Share on :
    ajab-Image
    Date: May 2, 2024    Views: 2824

    ଭୁବନେଶ୍ୱର:  ବିଜେଡି  ଆଜି ବାକି ୩ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ବାକି ଥିବା କୋରେଇ, ଖଣ୍ଡପଡ଼ା ଓ ନୀଳଗିରି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ। ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସନ୍ଧ୍ୟାରାଣୀ ଦାସଙ୍କୁ ଟିକେଟ ମିଳିଛି। ଦଳ ତାଙ୍କୁ କୋରେଇରୁ ପ୍ରାର୍ଥୀ କରିଛି।
    କୋରେଇରୁ ବବିଙ୍କ ମା’ଙ୍କୁ ଟିକେଟ ଦିଆଯାଇଥିବା ବେଳେ ଖଣ୍ଡପଡ଼ାରୁ ସାବିତ୍ରୀ ପ୍ରଧାନ ଓ ନୀଳଗିରିରୁ ସୁକାନ୍ତ କୁମାର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ଦେବଗଡ଼ ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ବଦଳାଇଛି ବିଜେଡି। ଦଳ ପୂର୍ବରୁ ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ଆଜି ତାଙ୍କୁ ବଦଳାଇ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। 

    Maximum 500 characters

    ଘରକରଣ View all

    Find Us on Facebook