Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କଣାସରେ ଝାଡ଼ାବାନ୍ତି ଘଟଣା: ସରକାରଙ୍କ ନିଷ୍କ୍ରିୟତାକୁ ବିଜେଡିର ଟାର୍ଗେଟ

    Share on :
    ajab-Image
    Date: Jan 21, 2025    Views: 3411

    ଭୁବନେଶ୍ବର: କଣାସରେ ଝାଡ଼ାବାନ୍ତିରେ ୪ ଜଣଙ୍କ ଜୀବନ ଯାଇଥିବା ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି ବିଜେଡି। ସରକାରଙ୍କ ନିଷ୍କ୍ରିୟତାକୁ ନେଇ ବିଜେଡି ପ୍ରେସମିଟରେ ଉମା ସାମନ୍ତରାୟ ଟାର୍ଗେଟ କରିଛନ୍ତି। ଚାରି ଜଣଙ୍କ ମୃତ୍ୟୁ ଘଟିବା ପରେ ବି ପ୍ରଶାସନ ନୀରବ । ଗାଁରେ ରୋଗୀଙ୍କ ଲାଗି ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମାନବିକତା ଉଦୟ ହେଉନାହିଁ। ୧୦ ଦିନ ପରେ ବି ପ୍ରଶାସନ ପାଲଟିଛି ସ୍ଥାଣୁ ହରଚଣ୍ଡୀ ପିଏଚସିରେ ଚାବି ପଡି ରହିଛି । ସରକାର ଆସିବା ଦିନୁ ଅନେକ ମେଡିକାଲରେ ଷ୍ଟାଫ ନାହାନ୍ତି କହି ସମାଲୋଚନା କରିଛନ୍ତି ଉମା ସାମନ୍ତରାୟ।

    ଉମା ସାମନ୍ତରାୟ କହିଛନ୍ତି ଯେ, ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ଯୋଗୁଁ ଅନେକ ମଲେଣି ଆଉ ଅନେକ ଅସୁସ୍ଥ ଅଛନ୍ତି। ଖବର ପାଇବା ପରେ ନବୀନ ପଟ୍ଟନାୟକ ମୋତେ କଣାସ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଶାସନ ସହ ଗତ ୧୦ ଦିନରୁ ସେଠାରେ ରହି ମୁଁ କାମ କରୁଛି। ପିଇବା ପାଣି ପର୍ୟ୍ୟାପ୍ତ ପହଞ୍ଚି ନାହିଁ। ବିଧାୟକ ଓ ସାଂସଦ ୧୦ ଦିନ ପରେ ଦିଲ୍ଲୀରୁ ଫେରି ସେହି ଅଞ୍ଚଳ ଗଲେ। ସେମାନେ ଲୋକେଙ୍କ ମୃତ୍ୟୁ ବେଳେ କୁଆଡେ ଥିଲେ ବୋଲି ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନ ହେଲାଣି। ଗାଁରୁ ତାଙ୍କୁ ଲୋକେ ଫେରାଇ ଦେଲେ। ସାକ୍ଷୀଗୋପାଳରୁ ଆମ୍ବୁଲାନସ ଆସୁଛି। ମୁଖ୍ୟମନ୍ତ୍ରୀ କି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମାନବିକତା ନାହିଁ ଯେ ସେ ସ୍ଥାନକୁ ଯିବାକୁ। ନୂଆ ସରକାର ଆସିବା ପରେ ଡାକ୍ତର କି ମେଡିକାଲ ଷ୍ଟାଫ ବି ନାହାନ୍ତି।ସମବେଦନା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଉମା ସାମନ୍ତରାୟ ଦାବି କରିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook