Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ସରକାରରେ ଆଇନ ଦୁଇ ପ୍ରକାରର କି ?

    Share on :
    ajab-Image
    Date: Jul 17, 2024    Views: 3355

    ଭୁବନେଶ୍ୱର: ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ତାଙ୍କ ସ‌ହଯୋଗୀମାନେ ଏଏସ୍‌ଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ମାଡ଼ ମାରିବା ଘଟଣା ଜଟିଳ ରୂପ ନେଉଛି। ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ପୁଲିସ୍‌ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ଏଏସ୍‌ଓଙ୍କୁ ‌ରାଜଭବନରୁ ବଦଳି କରାଯିବାକୁ ନେଇ ବିବାଦ ବଢ଼ୁଛି। ‘ଓଡ଼ିଆ ଅସ୍ମିତା’ କଥା ଉଠାଇ ବିରୋଧୀ ବିଜେଡି  ସରକାରଙ୍କୁ ଘେରିଛି।
    ବିଜେଡି ପକ୍ଷରୁ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଲେ, ରାଜଭବନରେ କାର୍ୟ୍ୟରତ ଏଏସ୍‌ଓଙ୍କୁ ତରବରିଆ ବଦଳି କରାଗଲା। ଏହା ସ୍ପଷ୍ଟ ପ୍ରମାଣିତ କରୁଛି, ଓଡ଼ିଆ ଅସ୍ମିତା ଓ ଓଡ଼ିଆଙ୍କ ଆତ୍ମସମ୍ମାନଙ୍କୁ ଦଳିମକଚି ଦେବାକୁ ଠିକା ନେଇଛନ୍ତି ବିଜେପି ସରକାର। ଜଣେ ଝାଡ଼ଖଣ୍ଡ ଲୋକଙ୍କ ଦ୍ୱାରା ଓଡ଼ିଆ ଏଏସ୍‌ଓ ଅଧିକାରୀ ମାଡ଼ ଖାଇଲେ, ରକ୍ତାକ୍ତ ହେଲେ। ଅଧିକାରୀ ଜଣଙ୍କ ନ୍ୟାୟ ପାଇଁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ପୁଲିସ୍ ପ୍ରଶାସନଙ୍କୁ ଜଣାଇଲେ, ହେଲେ କିଛି ହେଲାନି। ରାଜ୍ୟପାଳଙ୍କ ପୁଅ ବୋଲି କ’ଣ ସେ ଯାହା ଦୋଷ କରିବେ ଖସିଯିବେ? ତାଙ୍କୁ କ’ଣ ସାତ ଖୁଣ୍‌ ମାଫ୍‌? ବିଜେପି ସରକାରରେ ଆଇନ ଦୁଇ ପ୍ରକାରର କି ? ସାଧାରଣ ଲୋକ ଓ ରାଜନୈତିକ ଲୋକଙ୍କ ପାଇଁ କ’ଣ ଆଇନ୍ ଅଲଗା ଅଲଗା? ନବୀନ ପଟ୍ଟନାୟକ ସରକାରରେ ଆଇନ୍‌ ସମସ୍ତଙ୍କ ପାଇଁ ସମାନ ଥିଲା, ହେଲେ ମୋହନ ସରକାରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ସାରା ଭାରତରେ ଓଡ଼ିଶାର ଛବିକୁ ମଳିନ କରିଥିବା ଏହି ଘଟଣାକୁ ନେଇ ମୋହନ ମାଝୀ ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ଦୋଷ କରିଥିବା ଅଣଓଡ଼ିଆ ଲୋକ କଲର୍‌ ଟେକି ବୁଲୁଛନ୍ତି। ଆଉ ପୀଡ଼ିତ ଓଡ଼ିଆ ଲୋକଙ୍କ ଅସହାୟ ଅବସ୍ଥାରେ ବଦଳି ହେଉଛି। ଏହା କ’ଣ ଓଡ଼ିଆ ଅସ୍ମିତା? ମୁଖ୍ୟମନ୍ତ୍ରୀଙ୍କୁ ଏହାର ଜବାବ ଦେବାକୁ ପଡ଼ିବ।

    Maximum 500 characters

    ରାଜନୀତି View all

    Find Us on Facebook