Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋହନ ମାଝୀ ଓ ମନ୍ତ୍ରୀଙ୍କ ବିଦେଶ ଗସ୍ତର ବି ହେଉ ତଦନ୍ତ

    Share on :
    ajab-Image
    Date: Nov 22, 2026    Views: 2501

    ଭୁବନେଶ୍ବର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତକୁ ନେଇ ତଦନ୍ତ ଘୋଷଣାକୁ ସ୍ୱାଗତ କରିଛି ବିଜୁ ଜନତା ଦଳ। ଦଳର ମିଡିଆ ସଂଯୋଜକ ଡ. ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ଜନସାଧାରଣଙ୍କର ସବୁ ବିଷୟ ଜାଣିବାର ଅଧିକାର ରହିଛି। ବିଜେଡି ସବୁବେଳେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ଗୁରୁତ୍ୱ ଦେଇଆସିଛି।

    ସେ କହିଛନ୍ତି, ଡବଲ ଇଞ୍ଜିନ ସରକାର ଯେତେବେଳେ ଅଡ଼ୁଆରେ ପଡ଼ୁଛନ୍ତି, ସେତେବେଳେ ଲୋକଙ୍କ ମୂଳ ସମସ୍ୟାରୁ ଦୃଷ୍ଟି ହଟାଇବାକୁ ଏଭଳି ପଦକ୍ଷେପ ନିଆଯାଉଛି । ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ବିଶ୍ୱର ବିଭିନ୍ନ ଦେଶ ଗସ୍ତ କରିଥିଲେ ମଧ୍ୟ ଓଡ଼ିଶାର ୨୪ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ସରକାରୀ ଭାବେ ମାତ୍ର ଦୁଇ ଥର ବିଦେଶ ଗସ୍ତ କରିଥିଲେ। ଇଟାଲୀ ଗସ୍ତ ସମୟରେ ସେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଦାରିଦ୍ର୍ୟ ହ୍ରାସ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ।

    ସେହିପରି ଜାପାନ ଗସ୍ତ ଯୋଗୁଁ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ପ୍ରକଳ୍ପ ଓଡ଼ିଶାକୁ ଆସିବାର ରାସ୍ତା ଖୋଲିଥିଲା। ତେବେ ବର୍ତ୍ତମାନର ମୋହନ ମାଝୀ ସରକାର ଏହି ପ୍ରକଳ୍ପକୁ ଠିକ୍ ଭାବେ ପରିଚାଳନା କରିପାରୁନଥିବା ଡ. ମହାନ୍ତି ଅଭିଯୋଗ କରିଛନ୍ତି। ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱର କଥା କହୁଥିବା ସରକାର ନିଜ କ୍ଷେତ୍ରରେ ମଧ୍ୟ ସମାନ ନୀତି ଆପଣାଇବା ଉଚିତ ବୋଲି ବିଜେଡି କହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ତାଙ୍କ କ୍ୟାବିନେଟ୍ ସହଯୋଗୀ ଏବଂ ବରିଷ୍ଠ ସରକାରୀ ଅଧିକାରୀଙ୍କ ବିଦେଶ ଗସ୍ତର ମଧ୍ୟ ତଦନ୍ତ କରାଯାଉ ବୋଲି ଦାବି କରିଛି ଦଳ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook