Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୁଁ ବିଜେଡିରେ ଥିଲି, ଅଛି ଓ ରହିବି :ବିକ୍ରମ ଆରୁଖ

    Share on :
    ajab-Image
    Date: Jul 20, 2026    Views: 2303

    ଭୁବନେଶ୍ବର: ବିଜେଡିର ବରିଷ୍ଠ ନେତା ବିକ୍ରମ ଆରୁଖ ଭାଜପାରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ବର୍ତ୍ତମାନ ସେ ମୁହଁ ଖୋଲି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ବିଜେଡିରେ ଥିଲି, ଅଛି ଏବଂ ଆଗକୁ ମଧ୍ୟ ରହିବି ବୋଲି ସ୍ପଷ୍ଟ କରିଛନ୍ତି ।

    ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଇସାରା ପରେ ବିକ୍ରମ ବିଜେଡି ଛାଡି ଭାଜପାରେ ଯୋଗ ଦେବା ନେଇ ଚର୍ଚ୍ଚା ବଢ଼ିଥିଲା । ବିକ୍ରମ ଆରୁଖ ପ୍ରତିକ୍ରିୟା ଦେଇ କହିଛନ୍ତି, “ଭାଜପାରେ ଯୋଗ ଦେବା ଗୁଜବ ଓ ଅସତ୍ୟ । ମୁଁ ବିଜେଡିର ପ୍ରତିଷ୍ଠାତା ସଦସ୍ୟ । ମୁଁ ବିଜେଡିରେ ଥିଲି, ଅଛି ଓ ରହିବି । ମୁଁ ଏବେ ବିଜେଡିର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଅଛି । ଦଳ ପ୍ରତିଷ୍ଠା ହେବା ଦିନ ଠାରୁ ଆନ୍ତରିକତା ସହ କାମ କରିଛି । ବ୍ୟକ୍ତିଗତ ଅସୁବିଧା ଯୋଗୁଁ କିଛି ବୈଠକରେ ଯୋଗ ଦେଇପାରିନାହିଁ । ଏହାକୁ ନେଇ ଯଦି ଆଲୋଚନା ହୁଏ, ମୁଁ ଅନ୍ୟ ଦଳକୁ ଯିବି, ତାହା ଅମୂଳକ ।”

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook