Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ବିଜେଡିରେ ତୁତୁ ମେଁମେଁ

    Share on :
    ajab-Image
    Date: Apr 17, 2026    Views: 2389

    କଟକ: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି ପାଳନ ଅବସରରେ କଟକ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଏବେ ପଦାରେ ପଡ଼ିଛି। ବିଜୁ ବାବୁଙ୍କ ଜନ୍ମ ସ୍ଥାନ କଟକର ଆନନ୍ଦ ଭବନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଏହା ସ୍ପଷ୍ଟ ଭାବେ ବାରି ହୋଇ ପଡିଛି । ଆନନ୍ଦ ଭବନକୁ ସୁବାଷ ସିଂ ଓ ପ୍ରଭାତ ତ୍ରିପାଠୀ ଅଲଗା ଅଲଗା ହୋଇ ଆସି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଛନ୍ତି ।

    ଏହି ଅବସରରେ କଟକ ମେୟର ସୁବାଷ ସିଂ ଦଳରୁ ବହିଷ୍କୃତ ହୋଇଥିବା ନେତାମାନଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ‘‘ଯେଉଁମାନେ ଅତୀତରେ ବିଜୁ ବାବୁଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କରିଥିଲେ ଏବଂ ବିଶ୍ୱାସଘାତକତା କରିଥିଲେ ସେମାନେ ରାଜନୀତିରେ ଖତ ହୋଇଯିବେ। କିଛି ଲୋକ ଆଜି 'ବିଜୁ ଲିଗାସୀ' କଥା କହୁଛନ୍ତି, କିନ୍ତୁ ସେମାନଙ୍କ ପାଖରେ ବିଜୁ ବାବୁଙ୍କର କି ଲିଗାସୀ ଅଛି? ସେମାନେ ହିଁ ବିଜୁ ବାବୁଙ୍କ ପଛରେ ବିଶ୍ୱାସଘାତକତା କରିଥିଲେ’’।
    ବିଜୁବାବୁଙ୍କ ପୁଣ୍ୟତିଥି ପାଳନ ଅବସରରେ ଆନନ୍ଦ ଭବନ ଯାଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ। କଟକ ମେୟର ସୁବାଷ ସିଂଙ୍କ 'ଖତ ହୋଇଯିବେ' ମନ୍ତବ୍ୟକୁ ନେଇ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ପାଲଟା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ‘‘ରାଜନୀତିରେ କେହି ଖତ ହୁଏ ନାହିଁ। ବିଜୁ ଲିଗାସୀ ଏବଂ ବିଜେଡି ଏକ ଭିନ୍ନ ପ୍ରସଙ୍ଗ। ମାତ୍ର ବିଜୁ ବାବୁଙ୍କ ମହତ କାର୍ଯ୍ୟ ଯୋଗୁଁ ସମସ୍ତ ବିଜୁ ପ୍ରେମୀ ମାନେ ତାଙ୍କୁ ପସନ୍ଦ କରନ୍ତି’’।
    ପରସ୍ପର ମଧ୍ୟରେ ଦୋଷ ଲଦାଲଦି ପର୍ବ ଚାଲିଥିବାବେଳେ ଏହା ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବରିଷ୍ଠ ବିଜେଡି ନେତା ଶଶୀଭୁଷଣ ବେହେରା କହିଛନ୍ତି। ସେ କହିଛନ୍ତି ଯେ ‘‘ଜଣେ କି ଦୁଇଜଣ ବାହାରି ଗଲେ ଦଳ ଦୁର୍ବଳ ହେବ ନାହିଁ। ଅତୀତର ଇତିହାସ ଦେଖିଲେ ଜଣାପଡେ ଯେ ଯେଉଁମାନେ ବିଜୁ ବାବୁ କିମ୍ବା ଜନତା ଦଳକୁ ଦୁର୍ବଳ କରିବାକୁ ଚାହିଁଛନ୍ତି, ସେମାନେ କେବେ ସଫଳ ହୋଇନାହାନ୍ତି’’ । ସେପଟେ ଓଡ଼ିଶା ନାଗରିକ ମଞ୍ଚ' ପକ୍ଷରୁ ଆୟୋଜିତ ବିଜୁ ବାବୁଙ୍କ ସ୍ମୃତି ସଭା ସମ୍ପର୍କରେ ସେ କହିଛନ୍ତି ଯେ, ‘‘ବିଜୁ ବାବୁ କୌଣସି ଗୋଟିଏ ଦଳ ବା ଗୋଷ୍ଠୀର ନୁହଁନ୍ତି। ସେ ସାରା ଓଡ଼ିଶାର। ତେଣୁ ତାଙ୍କର ଆଦର୍ଶକୁ ନେଇ କାର୍ଯ୍ୟକ୍ରମ କରିବାର ଅଧିକାର ସମସ୍ତଙ୍କର ଅଛି’’।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook