Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଇସ୍ତଫା ଦେଇପାରନ୍ତି ୧୪ ବିଜେଡି କର୍ପୋରେଟର

    Share on :
    ajab-Image
    Date: Mar 25, 2026    Views: 2621

    କଟକ : ନିଜ ପଦରୁ ଇସ୍ତଫା ଦେଇପାରନ୍ତି ୧୪ ଜଣ ବିଜେଡି କର୍ପୋରେଟର। କଟକ ଚୌଦ୍ବାର ଅଞ୍ଚଳର ଏହି କର୍ପୋରେଟର ମାନେ ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଟକ ଚୌଦ୍ବାର ନେତା ପ୍ରଭାତ ବିଶ୍ବାଳ ଏବଂ ସୌଭିକ ବିଶ୍ବାଳଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ନେଇ ଏହି କର୍ପୋରେଟରମାନେ ଦଳ ଛାଡିବେ।
    କଟକ ଚୌଦ୍ବାର ଅଞ୍ଚଳର କର୍ପୋରେଟର ଅରବିନ୍ଦ ଜେନା କହିଛନ୍ତି, ପ୍ରଭାତ ଏବଂ ସୌଭିକଙ୍କ ପ୍ରତି ଯେଉଁଭଳି ଅନ୍ୟାୟ ହୋଇଛି ତାକୁ ବରଦାସ୍ତ କରିହେବନି। ଖାଲି କର୍ପୋରେଟର ନୁହଁନ୍ତି କଟକ ଚୌଦ୍ବାର ଅଞ୍ଚଳର ଅନେକ ସରପଞ୍ଚ, ସମିତି ସଭ୍ୟ ମଧ୍ୟ ଦଳ ଛାଡିପାରନ୍ତି । ପ୍ରଭାତଙ୍କୁ ଯେଉଁଭଳି ଭାବେ ଦଳରୁ ବହିଷ୍କାର କରାଗଲା ତାହା ଗ୍ରହଣୀୟ ନୁହେଁ। ଦଳ କେମିତି ଆଗକୁ ଯିବ ତାକୁ ନେଇ ସବୁ ବେଳେ ଚିନ୍ତିତ ପ୍ରଭାତ। ପ୍ରଭାତ ଏବଂ ସୌଭିକଙ୍କ ଯଦି କୁଶପୁତ୍ତଳିକା କଟକ ଚୌଦ୍ବାର ଅଞ୍ଚଳରେ ଦାହ କରାଯାଏ ତେବେ ଆମେ ଫ୍ରଣ୍ଟ ଟୁ ଫ୍ରଣ୍ଟ ବିରୋଧ କରିବୁ। ଆମ ପାଇଁ ପ୍ରଭାତ ବିଶ୍ବାଳ ଆଗ ତା ପରେ ଦଳ। ପ୍ରଭାତଙ୍କ ଲୋକପ୍ରିୟତା ଅଛି ତାଙ୍କୁ ଦଳରୁ ବାହାର କରାଯିବା ଠିକ ହୋଇନି ବୋଲି କହିଛନ୍ତି କର୍ପେରେଟର ବିଶ୍ବ ବନ୍ଦିତା ପଣ୍ଡା।

    ସିଏମସିରେ ୫୯ କର୍ପୋରେଟର ଥିବା ବେଳେ ଚୌଦ୍ବାର କଟକରୁ ଅଛନ୍ତି ୧୪ ଜଣ। ବିଜେଡିର ମୋଟ କର୍ପୋରେଟର ଅଛନ୍ତି ୪୨ ଜଣ। କଟକ ଚୌଦ୍ବାର ସବୁ କର୍ପୋରେଟରଙ୍କ ଦାୟିତ୍ବ ପ୍ରଭାତ ବିଶ୍ବାଳ ନେଇଥିବା ବେଳେ କଟକ ବାରବାଟୀର ସବୁ ରର୍ପୋରେଟଙ୍କ ଦାୟିତ୍ବ କୁଆଡ଼େ ନେଇଛନ୍ତି ପ୍ରଭାତ ତ୍ରିପାଠୀ। ଆଗକୁ ଦୁଇ ପ୍ରଭାତ ମିଶି ସିଏମସିରେ ଭୁମିକମ୍ପ ସୃଷ୍ଟି କରିପାରନ୍ତି। ଏମାନେ ମେୟର ସୁବାସ ସିଂଙ୍କ ବିରୋଧରେ ଅନାସ୍ତା ପ୍ରସ୍ତାବ ଆଣିପାରନ୍ତି।  ଏବେ କଂଗ୍ରେସରୁ ୮ ଜଣ ଏବଂ ବିଜେପିରୁ ମଧ୍ୟ ୮ ଜଣ କର୍ପୋରେଟର ଅଛନ୍ତି । ୨ ଜଣ ସ୍ବାଧୀନ କର୍ପୋରେଟର ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏଭଳି ହେଲେ ମେୟର ସୁବାସ ସିଂଙ୍କ ଆସନ ଟଳମଳ ନିଶ୍ଚିତ । ସେପଟେ ମେୟର ସୁବାସ ସିଂ କହିଛନ୍ତି ଜଣେ ଦୁଇ ଜଣ କର୍ପୋରେଟର ପଳାଇଲେ କିଛି ଫରକ ପଡିବନି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook