ମୁଖ୍ୟ ଖବର
ଭୁବନେଶ୍ୱର: ଦଳ ବିରୋଧୀ କାର୍ୟ୍ୟ କରିବା ଅଭିଯୋଗରେ ବିଜେଡି ଗୁରୁବାର ଆଉ ୨ ଜଣଙ୍କୁ ନିଲମ୍ବିତ କରିଛି। କଟକ ଏବଂ କଟକ ସଦରର ୨ ଜଣ ଦଳରୁ ନିଲମ୍ବିତ ହୋଇଥିବା ଦଳ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚିତ କରାଯାଇଛି। କଟକ ଜିଲା ବାବୁଜଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ସ୍ବାଧୀନ ଭୂୟାଁ ଏବଂ କଟକ ସଦରର ଜୋନ୍-୫ ଜିଲା ପରିଷଦ ସଦସ୍ୟ ପ୍ରଦୀପ ମହାଲିଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏନେଇ ଦଳର ସାଧାରଣ ସମ୍ପାଦକ ବିଜୟ ନାଏକଙ୍କ ଦସ୍ତଖତରେ ବିଜ୍ଞପ୍ତି ଜାରି କରାଯାଇଛି।
ସୂଚନାଯୋଗ୍ୟ, କିଛିଦିନ ହେବ ଲକ୍ଷ୍ୟ କରାଯାଉଛି ବିଭିନ୍ନ ଜିଲାର ବହୁ ତୃଣମୂଳସ୍ତରର ବିଜେଡି ନେତା ଦଳ ଛାଡ଼ି ଭାଜପାରେ ସାମିଲ ହେବାରେ ଲାଗିଛନ୍ତି। ଯେଉଁମାନେ ବିଜେଡିରୁ ନିଲମ୍ବିତ ହେଉଛନ୍ତି ତା’ର ଦିନକ ପରେ ସେମାନେ ଭାଜପାରେ ମିଶୁଛନ୍ତି। ଏବେ ନିଲମ୍ବିତ ହୋଇଥିବା କଟକର ଏହି ୨ ନେତା କୁଆଡ଼େ ଯାଉଛନ୍ତି ସେନେଇ ସମସ୍ତଙ୍କ ନଜର ରହିବ।
Comments ସମସ୍ତ ମତାମତ