ମୁଖ୍ୟ ଖବର
ପୁଣି ଆଣ୍ଟି ପାଣ୍ଡିଆନ ଗ୍ରୁପଙ୍କ ମେଳି । ଦେବାଶିଷ ସାମନ୍ତରାୟଙ୍କ ଫାର୍ମ ହାଉସରେ ବିଜେଡି ନେତାଙ୍କ ମେଳି । ବିଜୁ ଯୁବ ଓ ଛାତ୍ର ଜନତା ଦଳର ଜିଲ୍ଲା ଓ ରାଜ୍ୟ ପଦାଧିକାରୀ ଲିଷ୍ଟରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ କ୍ୟାମ୍ପର ଅନେକ ଯୁବ ଓ ଛାତ୍ର ନେତା ବାଦ ପଡ଼ିଥିବାରୁ ଦେବାଶିଷଙ୍କ କ୍ୟାମ୍ପରେ ଖେଳିଛି ଅସନ୍ତୋଷର ନିଆଁ । ଭଦ୍ରକ ଜିଲ୍ଲାରୁ ଛାତ୍ର ନେତାଙ୍କୁ ଆଣି କଟକ ନାଁ ଦେଇ ତାଙ୍କୁ ରାଜ୍ୟ କାର୍ୟ୍ୟକାରୀ ସଭାପତି କରାଯାଇଛି । ଯାହାକୁ ବିରୋଧ କରି ପୁଣି ବିଷ ଓଗାଳିଲେ ଦେବାଶିଷ କ୍ୟାମ୍ପର ଯୁବ ଓ ଛାତ୍ର ନେତା ।ସେପଟେ କିଏ ହେବେ ବିଜେଡିର ଉତ୍ତରାଧିକାରୀ । ବବି ନା ପାଣ୍ଡିଆନ ? ଦିନେ ପରମ ମିତ୍ର କୁହାଯାଉଥିବା ବବି-ପାଣ୍ଡିଆନ ଯୋଡ଼ି ଏବେ ଉତ୍ତରାଧିକାରୀ ଲଢେଇରେ ପରମ ଶତ୍ରୁ ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ବିଜେଡିରେ ଏବେ ଏ ଦୁଇ ଜଣଙ୍କ ଭିନ୍ନ ଭିନ୍ନ କ୍ୟାମ୍ପ୍ ସହ କେତେକ ବରିଷ୍ଠ ନେତାଙ୍କୁ ନେଇ ଏକ ତୃତୀୟ କ୍ୟାମ୍ପ ବି ଆକ୍ଟିଭ୍ ଅଛି । ଉତ୍ତରାଧିକାରୀ ଲଢ଼େଇରେ ବିଜେଡି ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବା ଚର୍ଚ୍ଚା ବି ଜୋର ଧରିଛି ।କିଏ ହେବ ବିଜେଡିର ଉତ୍ତରାଧିକାରୀ ? କାହା କାନ୍ଧରେ ଆଗକୁ ବଢିବ ବିଜେଡି ? ୟାକୁ ନେଇ ବିଜେଡିରେ ଲାଗିଥିବା ଗୃହ ଯୁଦ୍ଧ ଥମିବାର ନାଁ ଧରୁନି । ଉତ୍ତରାଧିକାରୀ ରେସର ଆଗରେ ଥିବା ଭୈରବ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ଏଣ୍ଟ୍ରି ତ ହୋଇ ନାହିଁ କିନ୍ତୁ ପ୍ରତିଷ୍ଠା ଦିବସରୁ ଅଧିକ ଉଗ୍ର ହୋଇଛି ବିଜେଡି କଳି । ବଦ୍ରିଙ୍କ ବିଷୋଦଗାର, ମୁନ୍ନାଙ୍କ ମାଡ଼ ଥିଓରୀ ଆଉ ପ୍ରଭାତଙ୍କ ପାଣ୍ଡିଆନ ବନ୍ଦନା ଏବେ ବିଜେଡି ଆଭ୍ୟନ୍ତରୀଣ ରାଜନୀତିକୁ କରିଛି ବେଶ ସରଗରମ । ମାତ୍ର ବେଲଗାମ ନେତାଙ୍କ ଉପରେ ଲଗାମ କଷିବାକୁ ବଳ ଜୁଟାଇ ପାରୁ ନାହାନ୍ତି ବିଜେଡି ସୁପ୍ରିମୋ । ଫଳରେ ଅଧିକ ତୀବ୍ର ହେଉଛି ବୟାନ ବାଜି ।
ସେପଟେ ପୂର୍ବରୁ ପରମ ମିତ୍ର କୁହାଯାଉଥିବା ବବି ପାଣ୍ଡିଆନ ଯୋଡ଼ି ଏବେ ଉତ୍ତରାଧିକାରୀ ଲଢେଇରେ ପରମ ଶତ୍ରୁ ହୋଇ ଯାଇଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ବିଜେଡିରେ ଏବେ ପାଣ୍ଡିଆନ କ୍ୟାମ୍ପ ବନାମ ବବି କ୍ୟାମ୍ପ ଭିତରେ ଚାଲିଛି ଜୋରଦାର ଫାଇଟ । କେବଳ ଏହି ଦୁଇ କ୍ୟାମ୍ପ ନୁହେଁ ବରଂ ତୃତୀୟ କ୍ୟାମ୍ପରେ କିଛି ବରିଷ୍ଠ ତଥା ପ୍ରତିଷ୍ଠାତା ସଦସ୍ୟ ଚଳାଇଛନ୍ତି ଗୋଟିଚାଳନା । ଦଳର ବରିଷ୍ଠ ଉପସଭାପତି କହିଛନ୍ତି ଯାହା ଚର୍ଚ୍ଚା ଆଲୋଚନା ହେଉଛି ତାହା ଗୁଜବ ବୋଲି ସୁପ୍ରିମୋ ସ୍ପଷ୍ଟ କରିବା ପରେ ଆଉ କିଛି କନ୍ଦଳ ନାହିଁ ।
Comments ସମସ୍ତ ମତାମତ