Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଘୋଷଣା ହେଲା କମିଟି, ବାହାରିଲା ଅସନ୍ତୋଷ

    Share on :
    ajab-Image
    Date: Dec 29, 2025    Views: 2922

    ଭୁବନେଶ୍ୱର:   ବିଜୁ ଯୁବ ଆଉ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ କମିଟି ଗଠନ ହେବା ପରେ, ଏବେ ଏହାକୁ ନେଇ ଦେଖାଦେଇଛି ବିବାଦ । ଘୋଷଣା କରାଯାଇଥିବା ରାଜ୍ୟସ୍ତରୀୟ କମିଟିକୁ ନେଇ ଅସନ୍ତୋଷ ଜାହିର କରିବା ସହିତ ଇସ୍ତଫା ଦେଇଛନ୍ତି ବିଜୁ ଛାତ୍ର ଜନତା ଦଳର ଉପ ସଭାପତି ସ୍ମୃତି ରଞ୍ଜନ ପଣ୍ଡା । ମିଳିଥିବା ସୂଚନା ଅନୁସାରେ, ଘୋଷଣା ହୋଇଥିବା ବିଜୁ ଯୁବ ଓ ଛାତ୍ର ଜନତା ଦଳରେ କଟକରୁ କିଛି ପିଲାଙ୍କ ନାଁ ରହିଥିଲା । ହେଲେ ଏମିତି କିଛି ପିଲାଙ୍କୁ ବାଦ୍ ଦିଆଯାଇଛି, ଯେଉଁମାନେ କି ଦୀର୍ଘ ସମୟ ହେଲା ଦଳ ପାଇଁ କାମ କରିଆସୁଛନ୍ତି । ତେଣୁ ଏହାକୁ ନେଇ ସେ ଅସନ୍ତୋଷ ଜାହିର କରିବା ସହିତ ଦଳର ସୁପ୍ରିମୋଙ୍କୁ ଚିଠି ଲେଖି ଅସନ୍ତୋଷ ପ୍ରକାଶ କରିଛନ୍ତି । ଖାଲି ସେତିକି ନୁହେଁ, ୨୦୨୪ ସାଧାରଣ ନିର୍ବାଚନରେ ପ୍ରକାଶ ବେହେରାଙ୍କୁ ସାଲେପୁରରୁ ଆଣି କଟକରେ ଟିକେଟ୍ ଦେଇ ଦଳ ଭୁଲ୍ କରିଥିବା କଥା ସେ କହିଛନ୍ତି । ଏହାସହ ଆଗାମୀ ଦିନରେ ଏଥିପ୍ରତି ଧ୍ୟାନ ନ ଦେଲେ କଟକରେ ଦଳର ଅସ୍ତତ୍ୱ ରହିବା କଷ୍ଟକର ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook