Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଳ ଗୋଟାଉଛନ୍ତି ବିଜେଡିର ବିଦ୍ରୋହୀ ଗୋଷ୍ଠୀ

    Share on :
    ajab-Image
    Date: Dec 21, 2025    Views: 3000

    ଭୁବନେଶ୍ୱର: ବିଜୁ ଜନତା ଦଳରେ ପାଣ୍ଡିଆନଙ୍କ ହସ୍ତକ୍ଷେପକୁ ବିଜେଡିର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧ । ଏବେ ଲୁଚି ଛପି ନୁହେଁ ଖୋଲାଖୋଲି ଭୋଜି କରି ନେତୃତ୍ୱକୁ ଚ୍ୟାଲେଞ୍ଜ ଦେଇଛନ୍ତି । ଗତବର୍ଷ ୭ ଜଣ ମେଳି କରିଥିବା ବେଳେ ଏ ବର୍ଷ ବିଦ୍ରୋହୀଙ୍କ ସଂଖ୍ୟା ୭ ଗୁଣ ବୃଦ୍ଧି ପାଇଛି । ଆଗାମୀ ଦିନରେ ମେଳି କରି ପୁଣି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଆହ୍ବାନ ।ଗତ ବର୍ଷ ଡିସେମ୍ବର ମାସରେ ଭୁବନେଶ୍ୱରର ଏକ ହୋଟେଲରେ ମେଳି ବାନ୍ଧି ଥିଲେ ବିଜେଡିର ୭ ଜଣ ଯୁବ ନେତା ତଥା ବିଜୁ ଲିଗାସୀ ନେତାଙ୍କ ପୁଅ । ଯେଉଁଥିରେ ସାମିଲ ଥିଲେ ସମ୍ବିତ ରାଉତରାୟ, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଚନ୍ଦ୍ରସାରଥି ବେହେରା, ଅଂଶୁମାନ ମହାନ୍ତି, ପ୍ରଣବ ବଳବନ୍ତରାୟଙ୍କ ଭଳି ପ୍ରମୁଖ ନେତା ।୭ ଜଣ ପୂର୍ବତନ ବିଧାୟକଙ୍କ ମେଳି ଏବେ ୭ ଗୁଣା ବୃଦ୍ଧି ପାଇଲାଣି । ବିଦ୍ରୋହୀ ଗୋଷ୍ଠୀରେ ଏବେ ଯୋଡ଼ି ହେଲେଣି ପ୍ରାୟ ୬୦ ଜଣ ଯୁବ ନେତା । ଏବେ ଆଉ ଲୁଚି ଛପି ନୁହେଁ ଖାଲା ଖୋଲି ଭୋଜି କରି ଦେଲେଣି ନେତୃତ୍ୱକୁ ଚ୍ୟାଲେଞ୍ଜ । ନବୀନଙ୍କ ନେତୃତ୍ୱରେ ଆଗକୁ ବଢିବା ପାଇଁ ସ୍ଲୋଗାନ ଦେଇଥିବା ବେଳେ ପରୋକ୍ଷରେ ଅଲିଖିତ ବସ୍ ଭୈରବ ପାଣ୍ଡିଆନଙ୍କ ବିରୁଦ୍ଧରେ ଦେଇଛନ୍ତି ଯୁଦ୍ଧଂ ଦେହୀ ଡାକରା । ଏପରିକି ଆଗକୁ ଜାନୁଆରୀ କିମ୍ବା ଫେବୃଆରୀରେ ପୁଣି ମେଳି କରି ଶକ୍ତି ପ୍ରଦର୍ଶନ କରିବାକୁ ଦେଇଛନ୍ତି ଖୋଲା ଖୋଲି ଆହ୍ୱାନ ।
    ସେପଟେ ବିଜେଡି ବିଧାୟକ ଅରୁଣ ସାହୁଙ୍କ ଘରେ ଦେଖିବାକୁ ମିଳିଥିଲା ବାଲେଶ୍ଵରର ୩ ପୂର୍ବତନ ବିଧାୟକ ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ ଓ ସ୍ୱରୂପ ଦାସଙ୍କୁ ।  ଏହି ନେତା ମାନେ ପୂର୍ବତନ ବିଧାୟକଙ୍କ ମେଳିରେ ସାମିଲ ଥିଲେ । ତେବେ ନେତାଙ୍କ ମେଳିକୁ ଖୋଲା ସମର୍ଥନ ଜଣାଇ ଅରୁଣ କହିଛନ୍ତି ଯୁବ ନେତୃତ୍ୱ ସାମ୍ନାକୁ ଆସିବା ଦରକାର ।୨୦୧୨ରେ ତତ୍କାଳୀନ ବିଜେଡିର ଦ୍ବିତୀୟ କ୍ଷମତା କେନ୍ଦ୍ର କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଘରେ ଚାଲିଥିଲା ମିଡ୍‌ ନାଇଟ ଅପରେସନ । ଯେଉଁଥିରେ ସାମିଲ ହୋଇଥିଲେ ଅନେକ ବିଜେଡିର ବରିଷ୍ଠ ନେତା ଓ ବିଧାୟକ । ସେତେବେଳେ କିନ୍ତୁ ନବୀନ ପ୍ୟାରୀଙ୍କୁ ଦଳରୁ ବହିଷ୍କାର କରି ବିଜେଡିକୁ ବିଭାଜନ ହେବାରୁ ବଞ୍ଚାଇ ଦେଇଥିଲେ । ଆଉ ଏବେ ବିଜେଡିରେ ବରିଷ୍ଠ ତଥା ଅଲୋଡ଼ା ନେତାଙ୍କ ମେଳି ପରେ ଯୁବ ଗୋଷ୍ଠୀଙ୍କ ମେଳି ନୂଆ ସମୀକରଣର ସଙ୍କେତ ଦେଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook