ମୁଖ୍ୟ ଖବର
ଭୁବନେଶ୍ୱର: ଭଦ୍ରକ ବିଜେଡିରୁ ଏକା ଥରକେ ତିନି ତିନି ଜଣ ବ୍ଲକ ଅଧ୍ୟକ୍ଷ ଦଳରୁ ଇସ୍ତଫା ଦେବା ପରେ ତାକୁ ନେଇ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ବ୍ଲକ ଅଧ୍ୟକ୍ଷଙ୍କ ଇସ୍ତଫା ବିଜେଡି ପାଇଁ ଏକ ବଡ ଝଟକା ଥିବାବେଳେ ବିଜେପି ଶିବିରରେ ଉତ୍ସାହର ଲହରୀ ସୃଷ୍ଟି କରିଛି । ଆଗକୁ ଏହାର ସଂଖ୍ୟା ବୃଦ୍ଧି ହେବ ବୋଲି ଚର୍ଚ୍ଚା ଚାଲିଛି ।ଏକାଥରେ ତିନି ଜଣ ଛାଡିବା କିନ୍ତୁ ବିଜେଡି ପାଇଁ ଏକ ଶକ୍ତ ଧକ୍କା । ଏମାନେ ବିଜେପିରେ ସାମିଲ ହେବା ନେଇ ଆଗରୁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇ ସାରିଛି ବୋଲି ଜଣାପଡିଛି । ଆଗକୁ ଅଛି ପଞ୍ଚାୟତ ଏବଂ ପୌର ନିର୍ବାଚନ । ଏପରି ଦଳ ଛାଡିବା ନିର୍ବଚନକୁ ପ୍ରଭାବିତ କରିବ । ଖାଲି ଏତିକି ନୁହେଁ, ଆହୁରି ଅନେକ ବିଜେଡି ଛାଡି ବିଜେପିରେ ମିଶିବା ପାଇଁ ଯୋଜନା ଚାଲିଥିବା କୁହାଯାଉଛି । ଏହାକୁ ନେଇ ଆଜି ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି ।
ଦଳ ପରିବର୍ତ୍ତନ ବିଷୟରେ ମତ ରଖି ବିଜେଡ଼ି ବିଧାୟକ ଗଣେଶ୍ଵର ବେହେରା କହିଛନ୍ତି, ନିଶ୍ଚୟ ଆମର କିଛି ବନ୍ଧୁ ଆମକୁ ଛାଡି ଯାଉଛନ୍ତି । ଏହାକୁ ମୁଁ ସ୍ବୀକାର କରୁଛି। ତାର କାରଣ ହେଲା କ୍ଷମତାରେ ଥିଲୁ କ୍ଷମତାରେ ରହିବୁ, କ୍ଷମତାକୁ ଉପଭୋଗ କରିବୁ-ଏହି ମାନସିକତା । ଆଗରୁ ବିଜେଡି ସେମାନଙ୍କୁ ସେ ସୁଯୋଗ ଦେଇଥିଲା । କିନ୍ତୁ ଏବେ ଦଳ ବିରୋଧୀ ଆସନରେ । ଏବୋ ସେମାନଙ୍କୁ ସେ ସୁଯୋଗ ଦେଇ ପାରିବ ନାହିଁ। ସୁତରାଂ ସେମାନେ ବିଜେଡି ଛାଡି ବିଜେପିକୁ ଯାଉଛନ୍ତି। କାଲି ଯଦି ବିଜେଡି ସରକାରକୁ ଆସିବ ସେମାନେ ପୁଣି ବିଜେଡିକୁ ଚାଲି ଆସିବେ। କାରଣ କ୍ଷମତା ଯେଉଁଠି ସେମାନେ ସେଇଠି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଗଣେଶ୍ଵର ବେହେରା ।
Comments ସମସ୍ତ ମତାମତ