Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସଂସଦରେ ବିଜେଡି ଉଠାଇବ ନୂଆପଡ଼ା ଉପନିର୍ବାଚନ ଅନିୟମିତତା ପ୍ରସଙ୍ଗ

    Share on :
    ajab-Image
    Date: Dec 1, 2025    Views: 3200

    ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନିୟମିତତା ପ୍ରସଙ୍ଗକୁ ବିଜେଡି ଏବଂ ରାୟଗଡ଼ା ରେଳ ଡିଭିଜନ ଅବିଳମ୍ବେ କାର୍ୟ୍ୟକ୍ଷମ ଲାଗି କଂଗ୍ରେସ ଦଳ ଦାବି ଉପସ୍ଥାପନ କରିବ। ରବିବାର ସଂସଦ ପରିସରରେ ଅନୁଷ୍ଠିତ ସର୍ବଦଳୀୟ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର କହିଛନ୍ତି ଯେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିଲା। ୨୦୨୪ ସାଧରଣ ନିର୍ବାଚନରେ ମଧ୍ୟ ସ୍ୱଚ୍ଛତା ନଥିଲା। ଏସବୁ ବିଷୟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଦଳ ତରଫରୁ ଅନେକ ଥର ତଥ୍ୟ ଉପସ୍ଥାପନ କରାଯାଇଛି।

    କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇନାହିଁ। ସେହିପରି ଡବଲ ଇଞ୍ଜିନ ସରକାର ସମୟରେ ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ବୃଦ୍ଧି ସହ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି। ଏସବୁ ବିଷୟକୁ ସଂସଦରେ ଉପସ୍ଥାପନ କରାଯାଇ ଗୃହର ଦୃଷ୍ଟି ଆକର୍ଷଣ କରାଯିବ। ଏଥିସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, ପୋଲାଭରମ ଓ ମହାନଦୀ ଜଳବିବାଦରେ ରାଜ୍ୟସ୍ୱାର୍ଥକୁ ଗୁରୁତ୍ୱ, ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟକୁ ଦ୍ୱିଗୁଣିତ କରିବା, କୋଇଲା ରୟାଲଟି ଏବଂ ସବୁଜ ଟିକସ ସଂଶୋଧନ, ଅନସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୩୯ଟି ଜାତିକୁ ସାମିଲ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର, ଭାରତୀୟ ସମ୍ବିଧାନର ଅଷ୍ଟମ ସୂଚୀରେ ହୋ, ମୁଣ୍ଡାରୀ, ଭୂମିଜ ଓ ସଉରା ଭାଷାକୁ ସାମିଲ କରିବା ବିଷୟ ଗୃହରେ ବିଜେଡି ଉଠାଇବ। ଉନ୍ନତ ସ୍ୱାସ୍ଥ୍ରସେବା ଲାଗି ସମ୍ବଲପୁର, କୋରାପୁଟ ଓ ବାଲେଶ୍ୱର ଠାରେ ତିନୋଟି ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ ସ୍ଥାପନ ସହ ରାଜ୍ୟରେ ସଞ୍ଚାର ବ୍ୟବସ୍ଥାରେ ଉନ୍ନତି, ଉପକୂଳ ରାଜପଥ ଓ ରେଳ ଆଦି ଭିତ୍ତିଭୂମି ନିର୍ମାଣ ବିଷୟରେ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ବିଜେଡି ଦାବି ଉପସ୍ଥାପନ କରିବ ବୋଲି ଡ. ପାତ୍ର କହିଛନ୍ତି।

    Maximum 500 characters

    ରାଜନୀତି View all

    Find Us on Facebook