ମୁଖ୍ୟ ଖବର
ଭୁବନେଶ୍ୱର: ଦେବାଶିଷ ସାମନ୍ତରାୟଙ୍କ ଚିଠିର କୌଣସି ପ୍ରଭାବ ନାହିଁ । ୨୦୨୪ ପରାଜୟର ସମୀକ୍ଷା ହୋଇଛି । ଦେବାଶିଷ ଯେମିତି ଚାହୁଁଥିଲେ ତାହା ହୋଇନି । ନବୀନଙ୍କୁ ଦେଖା କରିବାର ବର୍ତ୍ତମାନ ଯଥେଷ୍ଟ ସୁଯୋଗ ରହିଛି । ନବୀନ ବାବୁ ଯଦି ଗୃହବନ୍ଦୀ ତେବେ ବିଧାନସଭା ଓ ଶଙ୍ଖଭବନ କେମିତି ଯାଉଛନ୍ତି ବୋଲି ବିଜେଡି ନେତା ଗଣେଶ୍ୱର ବେହେରା କହିଛନ୍ତି । ଏହାଛଡ଼ା ଦେବାଶିଷଙ୍କ ଭାଷାରେ ଗୃହବନ୍ଦର ସଜ୍ଞା କ’ଣ ବଦଳି ଗଲା କି ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି । ଏହାଝଡ଼ା ଶ୍ରୀ ବେହେରା କହିଛନ୍ତି ଯେ ସୁଜାତାଙ୍କ ବିଜେଡିରେ ଏଣ୍ଟି୍ର କେବଳ କଳ୍ପନାଜଳ୍ପନା । ସୁଜାତା କାର୍ତ୍ତିକେୟାନଙ୍କ ବିଜେଡିକୁ ଆସିବା କଥା ମୋ କାନରେ ପଡ଼ିନାହିଁ । ଯଦି ଜଣେ ବ୍ୟକ୍ତି ଆସିଲେ ତେବେ ତାଙ୍କୁ ସମ୍ମାନ ଓ ସୁଯୋଗ ଦେବୁନୁ କାହିଁକି ବୋଲି ଶ୍ରୀ ବେହେରା କହିଛନ୍ତି ।
Comments ସମସ୍ତ ମତାମତ