ମୁଖ୍ୟ ଖବର
ଭୁବନେଶ୍ବର: ନୂଆପଡ଼ାରେ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି ବିଜୁ ଜନତା ଦଳ । ବିଜେଡିର ପାରମ୍ପରିକ ଆସନ ଏଥର ବିଜେପି ଖାତାକୁ ଯାଇଛି । କାମ ଦେଇନି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବ୍ରାଣ୍ଡ ଭ୍ୟାଲୁ । ସେହିପରି ଭାଙ୍ଗିଛି ବିଜେଡିର ଭୋଟ ବ୍ୟାଙ୍କ । ଏହାର ସିଧାସଳଖ ଫାଇଦା ବିଜେପି ପାଖକୁ ଯାଇଛି । ୨୦୨୪ ନିର୍ବାଚନରେ ବିଜୟୀ ହୋଇଥିବା ବିଜେଡି, ଉପନିର୍ବାଚନରେ ତୃତୀୟ ସ୍ଥାନରେ ରହି ସନ୍ତୁଷ୍ଟ ହେବାକୁ ପଡିଛି ।
ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, "ନୂଆପଡା ନିର୍ବାଚନର ପରାଜୟ ବିଜେଡି ଉପରେ ପ୍ରଭାବ ପଡିବ । ନୂଆପଡାରେ ବିଜେଡିର ପରାଜୟ ନୁହେଁ ବିପର୍ୟ୍ୟୟ ହୋଇଛି । ତେଣୁ ଏହା ବିଜୁ ଜନତା ଦଳକୁ ପ୍ରଭାବିତ କରିବ । ସମସ୍ତେ ବ୍ୟଥିତ, ତେଣୁ ବିଜେଡି କିଛି ସମୟ ପାଇଁ ଯନ୍ତ୍ରଣା ପାଇବ । ପାଉଁଶ ଗଦାରୁ ଉଠି ପୁନର୍ବାର ନିଜକୁ ସମର୍ପିତ କରି ଲୋକଙ୍କ ଆସ୍ଥା ଭାଜନ ହୋଇ ପୂର୍ବ ଗୌରବ ଫେରି ପାଇବ । ବିପର୍ୟ୍ୟୟ କହିଲେ ଦୁଇଟା କଥା । ହାରିବା ଆଉ ପ୍ରଥମ ସ୍ଥାନରୁ ତୃତୀୟ ସ୍ଥାନକୁ ଯିବା । ପ୍ରଥମ ସ୍ଥାନ ପାଇଁ ଲଢୁଥିଲା ବିଜେଡି । ପରାଜୟର କାରଣ ଖୋଜିବାକୁ ପଡିବ । ଯନ୍ତ୍ରଣା ମୁକ୍ତ ହେଲା ପରେ ପରାଜୟର କାରଣ ଖୋଜିବ ବିଜେଡି । ନୂଆପଡା ନିର୍ବାଚନ ଫଳାଫଳ ଅଭାବନୀୟ । ବିଜେଡିର ପରାଜୟ ହେବ ଓ ତୃତୀୟ ସ୍ଥାନକୁ ଯିବ, ବିଜେପି ଇତିହାସ ରଚନା କରିବ ନୂଆପଡାବାସୀ ଭାବିନଥିଲେ । ନୂଆପଡାବାସୀ ସବୁବେଳେ ସରକାରୀ ଦଳ ପ୍ରତି ମମତା ରଖନ୍ତି । ସରକାରୀ ଦଳରେ ଥିଲୁ ସରକାରୀ ଦଳରେ ରହିବୁ ଏହି ମୋହ ପ୍ରଭାବିତ କଲା । ନିର୍ବାଚନ ପରିଚାଳନା ବିରଳ । ମୁକ୍ତ ଆଉ ଅବାଧ ନଥିଲା ନିର୍ବାଚନ । ୧୭ ମାସ ତଳେ ଯେଉଁ ଦଳ ୧୦ ହଜାର ଭୋଟରେ ଜିତିଥିଲା ଆଜି ସେ ଦଳ ଏତେ ଭୋଟରେ ହାରିଲା ।"
Comments ସମସ୍ତ ମତାମତ