Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଜେଡିର ଷ୍ଟାର୍ ପ୍ରଚାରକ ତାଲିକାରେ ୪୦

    Share on :
    ajab-Image
    Date: Oct 17, 2025    Views: 3121

    ଭୁବନେଶ୍ୱର:  ନୂଆପଡ଼ା ଉପନିର୍ବାଚନ ପାଇଁ ଆସିଲା ବିଜେଡିର ଷ୍ଟାର୍ ପ୍ରଚାରକ ତାଲିକା । ଏହି ତାଲିକାରେ ୪୦ ଜଣଙ୍କ ନାମ ସ୍ଥାନ ପାଇଛି । ତାଲିକାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତା, ବିଧାୟକ, ଛାତ୍ର ଓ ଯୁବ ସଭାପତି ସାମିଲ ଅଛନ୍ତି ।
    ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣିଆ ପ୍ରଚାର ତାଲିକାରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ଅରୁଣ କୁମାର ସାହୁ, ପ୍ରତାପ ଦେବ, ପ୍ରଣବ ପ୍ରକାଶ ଦାସଙ୍କ ନାମ ରହିଛି ।  ସେହିପରି ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ କୁମାର ଦାସବର୍ମା, ଦିବ୍ୟଶଙ୍କର ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ସାରଦା ନାୟକ,ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ଟୁକୁନି ସାହୁ, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଣି, ଦେବେଶ ଆଚାର୍ଯ୍ୟ, ପ୍ରଦୀପ କୁମାର ଦିଶାରୀ, ସରୋଜ କୁମାର ମେହେର, ରୋହିତ ପୂଜାରୀ, ମୁନ୍ନା ଖାଁ, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ଯୋଗେଶ ସିଂହ, ନିରଞ୍ଜନ ବିଶି, ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସୁବାସିନୀ ଜେନା, ବର୍ଷା ସିଂହ ବରିହା, ଦୀପାଳି ଦାସ, ମନୋରମା ମହାନ୍ତି, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ଟିମରେ ସାମିଲ ଅଛନ୍ତି ।
    ଗତକାଲି ନୂଆପଡ଼ା ଉପନିର୍ବାଚନରେ ପ୍ରଚାର କାର୍ଯ୍ୟକ୍ରମକୁ ସଂଗଠିତ, ଯୋଜନାବଦ୍ଧ ତଥା ସଫଳ ଭାବେ ତୁଲାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ଟିମ୍ ଘୋଷଣା କରିଥିଲେ । ନୂଆପଡ଼ା ଓ କୋମନା ବ୍ଲକରେ ପ୍ରଚାର କାର୍ଯ୍ୟକ୍ରମ ତଦାରଖ ପାଇଁ ମୋଟ ୩୬ ଜଣ ନେତାଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଖରିଆର ରୋଡ ଏନଏସି ଓ ନୂଆପଡ଼ା ଏନଏସି ପାଇଁ ୮ ଜଣ ଲେଖାଏଁ ୧୬ ଜଣ ନେତାଙ୍କୁ ନବୀନ ଦାୟିତ୍ୱ ପ୍ରଦାନ କରିଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook