Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ନିର୍ବାଚନ ବେଳେ ରତ୍ନଭଣ୍ଡାର ଗଣତି ମଣତି ନେଇ ଦେଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା?

    Share on :
    ajab-Image
    Date: Oct 14, 2025    Views: 2847

    ଭୁବନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ସରକାରକୁ ଆସିଲା ପରେ ଭୁଲି ଯାଇଛି ଏବଂ ଏନେଇ ରାଜ୍ୟ ବିଜେପି ସରକାରର ଉଦେ୍ଦଶ୍ୟ ମନ୍ଦ ବୋଲି ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ଶ୍ରୀ ଶୁଭାଶିଷ ଖୁଣ୍ଟିଆ ଓ ଦଳର ମୁଖପାତ୍ର ତଥା ମିଡିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ।
    ଶ୍ରୀ ଖୁଣ୍ଟିଆ କହିଥିଲେ ଯେ, ସରକାରକୁ ଆସିବାର ୧୬ ମାସ ପରେ ମଧ୍ୟ ରାଜ୍ୟ ବିଜେପି ସରକାର ରତ୍ନଭଣ୍ଡାର ଗଣତି ମଣତି ନେଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି । ରତ୍ନଭଣ୍ଡାରକୁ ନେଇ ନିର୍ବାଚନ ସମୟରେ ବିଭିନ୍ନ ଅପପ୍ରଚାର କରିଥିଲା ରାଜ୍ୟ ବିଜେପି, କିନ୍ତୁ ବିଭିନ୍ନ ଆଳ ଦେଖାଇ ଆଜିଯାଏଁ ସରକାର ଗଣତି ମଣତି କରିପାରି ନାହାନ୍ତି । ରତ୍ନଭଣ୍ଡାର ମରାମତି ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଅନୁମତି ମାଗିଥିଲେ ମଧ୍ୟ, ଟାଳଟୁଳ ନୀତି ଅବଲମ୍ବନ କରି ପରିଶେଷରେ ୨୦୨୩ ମସିହାରେ କେନ୍ଦ୍ର ସରକାର ଏଏସ୍ଆଇକୁ ମରାମତି ପାଇଁ ଅନୁମତି ପ୍ରଦାନ କରିଥିଲେ । ତତ୍କାଳୀନ ବିଜେଡି ସରକାର ସୁପି୍ରମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ରତ୍ନଭଣ୍ଡାରର ମରାମତି ଓ ଗଣତି ମଣତି ପାଇଁ ପଦକ୍ଷେପ ନେଇଥିଲେ । ରାଜ୍ୟରେ ବିଜେପି ସରକାର ଆସିଲା ପରେ ଜଷ୍ଟିସ୍ ପଶାୟତଙ୍କ ସ୍ଥାନରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ପୁଣି କମିଟି ଗଠନ କଲେ, କିନ୍ତୁ ଏଯାଏଁ ଏହି କମିଟି କେବଳ ରତ୍ନଭଣ୍ଡାରର ସ୍ଥାନାନ୍ତରଣ ଛଡ଼ା ଗଣତି ମଣତି ପାଇଁ କୌଣସି କାର୍ୟ୍ୟ କରିନାହାନ୍ତି । ଯେହେତୁ ସ୍ୱଚ୍ଛତାର ସହ ଏହି ରତ୍ନ ସ୍ଥାନାନ୍ତରଣ ପ୍ରକି୍ରୟା ହୋଇନାହିଁ ଏବଂ ଏନେଇ ରାଜ୍ୟବାସୀ ଅନ୍ଧାରରେ ଅଛନ୍ତି, ଲୋକଙ୍କ ମନରେ ସ୍ୱାଭାବିକ ଭାବେ ଏହି ସ୍ଥାନାନ୍ତରଣ ପ୍ରକି୍ରୟା ସମୟରେ ଶ୍ରୀଜିଉଙ୍କ ବହୁମୂଲ୍ୟ ରତ୍ନ ଲୁଟ୍ ହୋଇଥିବା ସନେ୍ଦହ ଦୃଢ଼ୀଭୂତ ହୋଇଛି । ଅବିଳମ୍ବେ ସରକାର ରତ୍ନଭଣ୍ଡାରର ଗଣତି ମଣତି ସ୍ୱଚ୍ଛତାର ସହ ସମ୍ପାଦନ କରି ଜନସାଧାରଣଙ୍କ ନିକଟରେ ଏ ସମ୍ପର୍କିତ ସମସ୍ତ ତଥ୍ୟ ପ୍ରଦାନ କରନ୍ତୁ ।

    Maximum 500 characters

    ରାଜନୀତି View all

    Find Us on Facebook