Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସରକାରକୁ ଆସି ବିକାଶକୁ ବନ୍ଦ କରି ଦେଇଛି ବିଜେପି:ପ୍ରମିଳା

    Share on :
    ajab-Image
    Date: Sep 28, 2025    Views: 3119

    ବିଜେଡି ପଦଯାତ୍ରା କଥା କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ସେ କହିଛନ୍ତି, ପ୍ରତିବର୍ଷ ପରି ଏ ବର୍ଷ ବି ପଦଯାତ୍ରା ହେବ। ନଭେମ୍ବର ୯ ଯାଏଁ ହେବ।  ପ୍ରତିବର୍ଷ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ହୁଏ।  ନବୀନ ପଟ୍ଟନାୟକ ସରକାର ବିକାଶ କରିଥିଲେ। ହେଲେ ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ବିଜେପି ସରକାରକୁ ଆସି ବିକାଶକୁ ବନ୍ଦ କରି ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କରୁଛନ୍ତି । ହେଲେ ବନ୍ଦ ହୋଇପଡ଼ିଥିବା ୭୦ ମଦ ଦୋକାନ ଖୋଲି ଏହା କେମିତି କରିବେ ବୋଲି ପ୍ରଶ୍ନ କରିଥିଲେ । ଏକ ବର୍ଷ ଅନୁଭୂତି ଅନେକ ନିଶା, ନାରୀ ନିର୍ଯାତନା, ଚାଷୀ ଶୋଷଣର ଅନୁଭୂତି । ପରିବର୍ତ୍ତନ କଥା କହିଲେ, କେବଳ ରଙ୍ଗ ମାରି ପରିବର୍ତନ କରୁଛନ୍ତି । ପଂଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିଛନ୍ତି। BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରୁଛନ୍ତି ।  ଏ ସବୁ ବ୍ୟବସ୍ଥା କରି ଲୋକଙ୍କୁ ହଇରାଣ କରିବାକୁ ସରକାର କାମ କରୁଛନ୍ତି । ଏ ହେଉଛି ସରକାରଙ୍କ ପରିବର୍ତ୍ତନ। ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ, ନିଯୁକ୍ତି କଥା କହିଥିଲେ, ହେଲେ କଲେନି। ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା କାମ ବି ବନ୍ଦ କରିଦେଇଛନ୍ତି । ଦୁଇ କୋଟି ଚାକିରି କଥା କହିଲେ, ଏବେ ପକୋଡ଼ି ବିକିବାକୁ ଚାକିରି କହୁଛନ୍ତି । କଳା ଧନର ମିଛ ସ୍ଲୋଗାନ୍ ଦେଲା କେନ୍ଦ୍ର । ଏହାକୁ ଅନୁସରଣ କରୁଛନ୍ତି ରାଜ୍ୟ ବିଜେପି ନେତା। ବାଧ୍ୟ ହେଉଛନ୍ତି କେନ୍ଦ୍ର ନେତାଙ୍କ କଥା ଆଣିବାକୁ। ୨୦ ସାଂସଦଙ୍କ ମୁହଁ ଖୋଲୁନି । GST କାଉନସିଲରେ ଓଡ଼ିଶା ପାଇଁ ମୁହଁ ଖୋଲିଲେନି। ଯାହା ବିକାଶ, ନବୀନ ପଟ୍ଟନାୟକ ସମୟରେ ହୋଇଥିଲା।

    ପଦଯାତ୍ରାରେ ବିଜେପିର ମୁଖା ଖୋଲିବ ବିଜେଡି । ବିଜୁ ପଟ୍ଟନାୟକ ମହିଳା ମାନଙ୍କୁ ରାଜନୀତିକୁ ଆଣିବା ପାଇଁ ୩୩% ସଂରକ୍ଷଣ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ କରିଥିଲେ। ତାଙ୍କ ପୁଅ ନବୀନ ପଟ୍ଟନାୟକ ୫୦% ସଂରକ୍ଷଣ କରିଥିଲେ। ମିଶନ ଶକ୍ତି ବିଭାଗ ହେଲା। ଏଥିରେ ମହିଳାଙ୍କୁ ସଶକ୍ତ କରିବାକୁ କୃଷି ମିତ୍ର,  ପ୍ରାଣୀମିତ୍ର  MBK, CRP କରାଯାଇଥିଲା। ସେଥି ପାଇଁ ସେମାନଙ୍କୁ ଦରମା ମିଳୁଥିଲା।  ହେଲେ ବିଜେପି ସରକାର ଏହାକୁ ଭାଙ୍ଗୁଛନ୍ତି । ମିଶନ ଶକ୍ତି ବଜେଟ୍ ସଂକୁଚିତ କରିଛନ୍ତି । କିପରି MBK, CRP, EC ସଦସ୍ୟଙ୍କୁ ବିତାଡିତ କରିବେ, ସେ କାମ କରୁଛନ୍ତି ସରକାର। ନିଜ କୁଜି ନେତାଙ୍କୁ ରଖିବାକୁ ଯୋଜନା ହେଉଛି। ବିଜେଡି ମିଶନ ଶକ୍ତି ସହ ଅଛି। ସରକାର ଷଡଯନ୍ତ୍ର ବନ୍ଦ ନ କଲେ, ମହିଳାମାନଙ୍କ ସହ ବିଜେଡି ଠିଆ ହୋଇ ଲଢେଇ କରିବ ବୋଲି ବିରୋଧୀ ଦଳ ଉପସଚେତକ ପ୍ରମିଳା ମଲ୍ଲିକ କହଛନ୍ତି ।  

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook