Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦେବାଶିଷ ଶ୍ରୀମୟୀଙ୍କୁ ସାର୍ଟିଫିକେଟ ଦିଅନ୍ତୁ, ଦଳ ବାବଦରେ ନୁହେଁ: ସୁବାସ ସିଂ

    Share on :
    ajab-Image
    Date: Sep 19, 2025    Views: 2977

    କଟକ,: ଶ୍ରୀମୟୀଙ୍କୁ ସମର୍ଥନ କରିଥିବା ଦେବାଶିଷ ସାମନ୍ତରାୟଙ୍କୁ କଟକ ମେୟର ସୁବାସ ସିଂ ଟାର୍ଗେଟ୍‌ କରିଛନ୍ତି। ଦେବାଶିଷ ଶ୍ରୀମୟୀଙ୍କୁ ସାର୍ଟିଫିକେଟ ଦିଅନ୍ତୁ, ଦଳ ବାବଦରେ ନୁହେଁ ବୋଲି ମେୟର କହିଛନ୍ତି।ଦେବାଶିଷ କେତେବେଳେ କେଉଁ ଅବସ୍ଥାରେ ଥାଆନ୍ତି, କ’ଣ କୁହନ୍ତି ସେ ଜାଣିଥିବେ। ଦଳର ସମସ୍ତ ନିଷ୍ପତ୍ତି ନବୀନ ବାବୁ ନିଅନ୍ତି। ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀଙ୍କୁ ଟିକେଟ ବଣ୍ଟାଯାଇଥିଲା।ଶ୍ରୀମୟୀ ଏବଂ ପ୍ରଫୁଲ୍ଲଙ୍କୁ ଦଳ ଯଥେଷ୍ଟ ସମ୍ମାନ ଦେଇଛି। କିଛି ସୁବିଧାବାଦୀ ନେତା ଦଳ ବିରୋଧରେ ମନ୍ତବ୍ୟ ଦେଉଛନ୍ତି। ଦଳର ଶୃଙ୍ଖଳା କମିଟି ରହିଛି। ବିଶୃଙ୍ଖଳା କଲେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ମେୟର ସୁବାସ କହିଛନ୍ତି।ଏଭଳିସ୍ଥିତିରେ ଶ୍ରୀମୟୀଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି କର୍ପୋରେଟର ଅଜିତ ବେହେରା। ଶ୍ରୀମୟୀଙ୍କ ଅସନ୍ତୋଷକୁ ସ୍ବାଭାବିକ ବୋଲି କର୍ପୋରେଟର ବେହେରା କହିଛନ୍ତି।ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ ବୋଲି ପ୍ରଥମେ କୁହାଯାଇଥିଲା। ପରେ ତାଙ୍କୁ ଅଞ୍ଚଳରେ ବୁଲାଇବା ପାଇଁ କୁହାଗଲା। ପରେ ପ୍ରାର୍ଥୀ ପରିବର୍ତ୍ତନ ହୋଇଗଲେ, ତେଣୁ ଅସନ୍ତୋଷ ସ୍ବାଭାବିକ ବୋଲି କର୍ପୋରେଟର ବେହେରା ପ୍ରକାଶ କରିଛନ୍ତି। ଶ୍ରୀମୟୀ ପ୍ରାର୍ଥୀ ହୋଇଥିଲେ ଦଳରେ ଭିନ୍ନ ପ୍ରଭାବ ପଡ଼ିଥାଆନ୍ତା ବୋଲି ଅଜିତ କହିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook