Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ:ବିଜେଡି

    Share on :
    ajab-Image
    Date: Sep 1, 2025    Views: 2445

    ଦଳୀୟ ଭିତ୍ତିରେ ହୋଇଛି NAC ଚୟନ। ପୂର୍ବ ସରକାର ଘୋଷଣା କରିଥିବା ତାଲିକାକୁ ଜାଣିଶୁଣି ୪୨କୁ ଦିଆଯାଇଛି ବାଦ। ନୂଆ NAC ଘୋଷଣା ନେଇ ଏଭଳି କହିଛି ବିଜେଡି। ପକ୍ଷପାତିତାକୁ ନେଇ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛି ବିଜେଡି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୫୬ ଟି NAC ଘୋଷଣା କରିଥିଲେ। ଜନସଂଖ୍ୟା ସହ ଯେଉଁ ପାରାମିଟର ରହିଛି ସେହି ଆଧାରରେ ଘୋଷଣା କରିଥିଲେ ନବୀନ ପଟ୍ଟନାୟକ। ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ ଘୋଷଣା କରାଯାଇଥିଲା। 

    କିନ୍ତୁ ବର୍ତ୍ତମାନ୍ ସରକାର ଯେଉଁ ପୁନଃଘୋଷଣା କରିଛନ୍ତି। ୧୬ ଜିଲ୍ଲାର ୪୨ଟି NAC ବାଦ ପଡ଼ିଛି। ବର୍ତ୍ତମାନ ସରକାର ଯେଉଁ ୨୮ଟି ଘୋଷଣା କରିଛନ୍ତି ସେଥିରେ ପୁର୍ବ ଘୋଷଣାର ମାତ୍ର ୧୨ ଟି NAC ସ୍ଥାନ ପାଇଛି। ପୂର୍ବ ଘୋଷଣା ହୋଇଥିବା ୪୨ଟି NAC କୁ ତୁରନ୍ତ ସରକାର ବିଚାରକୁ ନିଅନ୍ତୁ। ଏହା ସହ ପୁନ ଘୋଷଣା ହୋଇଥିବା ସମସ୍ତ NACର ତୁରନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଁ ବିଜେଡି ଦାବି କରିଛି। 

    ଏହା ସହ କଣ୍ଟାବାଞ୍ଜିକୁ NACରୁ ମୁନିସିପାଲିଟି ପାଇଁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ। ସରକାର ଏହା ନ କଲେ ବିଜେଡି ରାଜରାସ୍ତାକୁ ଆସିବାକୁ ବାଧ୍ୟହେବ ବୋଲି କହିଛି ବିଜେଡି। ବିଜେଡି ଅଭିଯୋଗ କରିଛି ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇଛି ବିଜେଡି।

    Maximum 500 characters

    ରାଜନୀତି View all

    Find Us on Facebook