Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୁବନେଶ୍ବରରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ରାଲି

    Share on :
    ajab-Image
    Date: Jul 10, 2025    Views: 2616

    ଭୁବନେଶ୍ବର: ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବିରେ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଜୋରଦାର ପ୍ରତିବାଦ କରାଯାଇଛି। ରାଜଧାନୀ ଭୁବନେଶ୍ବରର ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍  ପର୍ୟ୍ୟନ୍ତ ବିଜେଡି ମହିଳା ମୋର୍ଚ୍ଚା ରାଲି କରିଛନ୍ତି।ନୀତି ନୈତିକତା କଥା କହୁଥିବା ବିଜେପି ଦଳ ଆଗ ସନ୍ତୋଷ ଖଟୁଆଙ୍କୁ ଦଳରୁ ବହିଷ୍କାର କରୁ ବୋଲି ବିଜେଡି ପକ୍ଷରୁ ସ୍ନେହାଙ୍ଗିନୀ ଛୁରିଆ ଦାବି କରିଛନ୍ତି। ମହିଳାଙ୍କ ପ୍ରତି ଦେଇଥିବା ଏଭଳି ଅରୁଚିକର ମନ୍ତବ୍ୟ କେଵଳ ଜଣେ ମହିଳାଙ୍କୁ ନୁହେଁ, ସମଗ୍ର ମହିଳାଙ୍କୁ ଅପମାନିତ କରିଛି।ବିଜେପି ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ହୁଅନ୍ତୁ ଅବା ସାସଂଦ ଅପରାଜିତା ଷଡ଼ଙ୍ଗୀ ଏନେଇ କିଛି ମଧ୍ୟ କହିଲେନି। ଜଣେ ଜନପ୍ରତିନିଧି ହୋଇ ସନ୍ତୋଷ ଖଟୁଆ ଏଭଳି କିପରି ମନ୍ତ୍ୟବ ଦେଲେ ବୋଲି ସ୍ନେହାଙ୍ଗିନୀ ପ୍ରଶ୍ନ କରିଛନ୍ତି। ଦଳ କାହଁକି ଏହାକୁ ବ୍ୟକ୍ତି ଗତ ମତ କହି ଏଡ଼େଇ ଦେଉଛି।  ଆମେ ମହିଳା କମିସନ, ମହିଳା ଥାନାର ଦ୍ୱାରସ୍ଥ ହେଲୁ କିନ୍ତୁ, ନ୍ୟାୟ ମିଳିଲାନି। ତେଣୁ ଏବେ ରାଜରାସ୍ତାକୁ ଓହ୍ଲାଇଛୁ ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook