ମୁଖ୍ୟ ଖବର
ଭୁବନେଶ୍ବର: ବିଏମସି ଅଫିସରେ ବିଜେପି କର୍ମୀ ପଶି ନିଜ ହିସାବରେ କାମ କରିବାକୁ କହୁଛନ୍ତି। ନିୟମ ବାହାରକୁ ଯାଇ କାମ କରିବାକୁ ଚାପ ପକାଉଛନ୍ତି । ବିଏମସି ଅଫିସରେ ଅଧିକାରୀ ସୁରକ୍ଷିତ ନୁହନ୍ତି ।ଲୋକସେବା ଭବନ ଓ ନିର୍ଦ୍ଦେଶାଳୟରେ ବି ସରକାରୀ ଅଧିକାରୀ ସୁରକ୍ଷିତ ନୁହନ୍ତି ବୋଲି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଅଭିଯୋଗ ଆଣିଛନ୍ତି।
ଅଫିସର ସୁରକ୍ଷିତ ଥିଲେ ଆଜି ପ୍ରତିବାଦ କରି ନଥାନ୍ତେ। ସରକାର ଗୁଣ୍ଡରାଜ ଚଳାଇଛନ୍ତି। ଅଚଳାବସ୍ଥା ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ କାହିଁକି ମୁଖ୍ୟ ଚକ୍ରାନ୍ତକାରୀଙ୍କୁ ଗିରଫ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା।
ନିଜ ନିଷ୍ପତିରେ ସରକାର ଚାଲୁନି। ଦିଲ୍ଲୀ ନିର୍ଦ୍ଦେଶରେ ସରକାର ଚାଲୁଛି। ସେଥିପାଇଁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ନିଜ ପଦ ପଦବୀ ଉପରେ ଆଞ୍ଚ ଆସିବ ଭାବି ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ଉପରେ ସରକାର କାର୍ୟ୍ୟାନୁଷ୍ଠାନ ନେଉ ନାହାନ୍ତି।ନବୀନ ପଟ୍ଟନାୟକ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଉଥିଲେ। ବିଧାୟକ ହୁଅନ୍ତୁ କି ମନ୍ତ୍ରୀ ସମସ୍ତଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ହେଉଥିଲା। ଏମାନେ ଏବେ ନିଜେ ନିଷ୍ପତି ନେଇ ପାରୁନାହାନ୍ତି ବୋଲି ପ୍ରମିଳା କହିଛନ୍ତି।
Comments ସମସ୍ତ ମତାମତ