Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଯଦି ସବୁ ପ୍ରଭୁଙ୍କ ଲୀଳା, ତେବେ ସରକାର ଇସ୍ତଫା ଦିଅନ୍ତୁ

    Share on :
    ajab-Image
    Date: Jun 30, 2025    Views: 2807

    ଭୁବନେଶ୍ୱର : ଗୁଣ୍ଡିଚା ମନ୍ଦିର ଆଗରେ ଘଟିଥିବା ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର। ‘ଏକ୍ସ’ରେ ସେ ପୁରୀରେ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ବର୍ଣ୍ଣନା କରି ଏହା ସମସ୍ତଙ୍କୁ ମର୍ମାହତ କରିଛି ବୋଲି କହିଛନ୍ତି। ଏହା ସହ ସବୁ ଘଟଣାକୁ ପ୍ରଭୁଙ୍କ ଲୀଳା ବୋଲି କହି ଖସିଯିବାକୁ ସରକାର ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଉଲ୍ଲେଖ କରି ସରକାର ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ସଂତୃପ୍ତ। ଅନ୍ୟପକ୍ଷରେ ଯେଉଁ ପରିବାରମାନେ ତାଙ୍କର ପ୍ରିୟଜନଙ୍କୁ ଏ ଦୁର୍ଘଟଣାରେ ହରାଇଛନ୍ତି, ସେମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
    ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ଘଟଣାର ପରିପ୍ରେକ୍ଷୀରେ ମୁଁ ଗତକାଲି ସରକାରଙ୍କୁ ପଚାରିଥିବା ଆଠଟି ପ୍ରଶ୍ନର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ବାରମ୍ୱାର ଏଭଳି ଘଟଣା ଘଟିବା ସତ୍ତ୍ବେ ଉତ୍ତରଦାୟିତ୍ୱ ନେବା ପରିବର୍ତ୍ତେ ଏହାକୁ ପ୍ରଭୁଙ୍କ ଲୀଳା କହିବା ଅକ୍ଷମଣୀୟ। ଲୋକମାନଙ୍କର ସେବା କରିବାର ଶପଥ ନେଇ ସରକାର କ୍ଷମତାକୁ ଆସିଛନ୍ତି। ଯଦି ସେ ସେବା କରିବାର କ୍ଷମତା ନାହିଁ, ତାହେଲେ ସେ ସରକାର ମଧ୍ୟ କ୍ଷମତାରେ ରହିବାର କୌଣସି ଯଥାର୍ଥତା ନାହିଁ। ଯଦି ସବୁ କଥା ପ୍ରଭୁଙ୍କର ଲୀଳା, ତାହେଲେ ସରକାର ମଧ୍ୟ ଇସ୍ତଫା ଦେଇଦେଲେ ପ୍ରଭୁ ରାଜ୍ୟକୁ ଚଳାଇବେ।

    ଓଡ଼ିଆ ଅସ୍ମିତା, ଓଡ଼ିଶାର ଖ୍ୟାତି ଏବଂ ରଥଯାତ୍ରାରେ ମହାପ୍ରଭୁ ଜଗନ୍ନାଥଙ୍କ ଗୌରବ ଏବଂ ଗାରିମାକୁ ମନରେ ରଖି ସରକାର ତୁରନ୍ତ ଅତ୍ୟନ୍ତ କଠିନ ଏବଂ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆମେ ଆଶା କରୁଛୁ। ବର୍ତ୍ତମାନ ଡବଲ ଇଂଜିନର ସରକାର ଥାଉ ବା ନଥାଉ, ଭଲ ଚାଲୁଥିବା ଅଧା ଇଂଜିନର ସରକାର ମଧ୍ୟ ସୁଚାରୁରୂପେ ଶାସନ ପରିଚାଳନା କରିବା ଦରକାର। ଓଡିଶା ସରକାର ରାଜ୍ୟବାସୀଙ୍କ ସାମ୍ନାରେ ନିଜର ଦୃଷ୍ଟିକୋଣ ଏବଂ କ’ଣ କାର୍ୟ୍ୟକ୍ରମ କରୁଛନ୍ତି ତାହା ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ଜଣାନ୍ତୁ। ତଦନ୍ତ କମିଟି ବା କମିଶନ ବସେଇବାରେ କୌଣସି ଲାଭ ନାହିଁ; କାହିଁକି ନା ଗତବର୍ଷ ମଧ୍ୟ ପ୍ରତିଷ୍ଠିତ କମିଶନର ରିପୋର୍ଟ ଆଜି ପର୍ୟ୍ୟନ୍ତ ଆସି ପାରିଲା ନାହିଁ ବୋଲି କହି ସରକାରଙ୍କୁ ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook