Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେଡି

    Share on :
    ajab-Image
    Date: May 16, 2025    Views: 2599

    ଭୁବନେଶ୍ବର: ସଂରକ୍ଷଣକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ମେଡିକାଲ୍ ,ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ OBC ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଆଣିବା ପାଇଁ ଦାବି କରିଛି ଦଳ । ଆନ୍ଧ୍ରପ୍ରଦେଶରେ OBC ପାଇଁ ୨୭ %, ଓଡ଼ିଶାରେ ଶୂନ । ରାଜ୍ୟରେ ୫୪ ପ୍ରତିଶତ OBC, SCBC ଥିବାବେଳେ ସରକାର ମାତ୍ର ୧୧ ପ୍ରତିଶତ ସଂରକ୍ଷଣ ଦେବେ l ମେଡିକାଲ୍ ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାରେ ୨୭ ପ୍ରତିଶତ ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ କରାଯାଉ ବୋଲି ଦାବି କରିଛନ୍ତି ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ।ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କହିଛନ୍ତି,"ଯେଉଁମାନେ କହୁଥିଲେ ଜାତି ଭିତ୍ତିକ ଜନଗଣନା କରିବାକୁ ଚାହୁନଥିଲେ, ଜାତି ଜନଗଣନାକୁ ନେଇ କେନ୍ଦ୍ର ସରକାର କହୁଥିଲେ ଅର୍ବାନ ନକ୍ସଲ ମାନସିକତା ।ଏବେ ସେହି ସରକାର ଜାତି ଭିତ୍ତିକ ଜନଗଣନା କରିବେ l ସାମାଜିକ ନ୍ୟାୟ ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ l ବିଧାନସଭାଠାରୁ ରାଜରାସ୍ତାରେ ଲଢ଼େଇ ହେବ l OBC ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ହକ ଦେବାରୁ ବଞ୍ଚିତ ନକରନ୍ତୁ l ଜାତି ନାଁରେ ହେଉଥିବା ବାଛ ବିଚାରକୁ ଆମେ ନିନ୍ଦା କରୁଛି l ରାଜ୍ୟ ସରକାର ଠିକଣା ଭାବେରେ ଏ ବ୍ୟବସ୍ଥା କରନ୍ତୁ l ଭଣ୍ଡେଇବା ପାଇଁ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି l ତେଣୁ ଯେଉଁ ଦିନ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ସଂରକ୍ଷଣ ବ୍ୟବସ୍ଥା କରିବେ ସେ ଦିନ ଆମେ ତାଙ୍କୁ ଧନ୍ୟବାଦ୍ ଦେବୁ l ମେଡିକାଲ ଓ ଇଞ୍ଜିନିରିଂ ଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା କରାଯାଉ l ଆମ ରାଜ୍ୟରେ ଶୂନ ପ୍ରତିଶତ ସଂରକ୍ଷଣ ଥିବାବେଳେ ସବୁ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥା ରହିଛି ଓବିସିଙ୍କ ପାଇଁ l ଯେଉଁ ପର୍ଯ୍ୟନ୍ତ ପୂର୍ଣ୍ଣ ସାମାଜିକ ନ୍ୟାୟ ନମିଳିଛି ,ଜାତି ନାଁରେ ହେଉଥିବା ବାଛ ବିଚାରକୁ ଆମେ ଗ୍ରହଣ କରିପାରୁନି ।

    ସେ ଆହୁରି ମଧ୍ୟ କହିଛନ୍ତି," କ୍ୟାବିନେଟ ନିଷ୍ପତ୍ତିକୁ ଆମେ ଗ୍ରହଣ କରୁନାହୁଁ । ବୈଷୟିକ ଶିକ୍ଷା ପାଇଁ କୌଣସି ସଂରକ୍ଷଣ ଘୋଷଣା କରିନାହାନ୍ତି ସରକାର, ଯାହାକୁ ଆମେ ଗ୍ରହଣ କରିପାରୁନୁ । ଯେଉଁଦିନ ସରକାର ମେଡ଼ିକାଲ ,ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ଘୋଷଣା କରିବେ ସେହିଦିନ ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଧନ୍ୟବାଦ ଦେବି ।ସେ ପର୍ଯ୍ୟନ୍ତ ଆମ ଆନ୍ଦୋଳନ ଜାରି ରହିବ । ବିଧାନସଭା ଭିତରେ ପ୍ରତିବାଦ ହେବ , ବିଧାନସଭା ବାହାରେ ବି ଆନ୍ଦୋଳନ ହେବ ।"

    Maximum 500 characters

    ରାଜନୀତି View all

    Find Us on Facebook