Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଦ ହରାଇଲେ ଚିଞ୍ଚେଡ ସରପଞ୍ଚ

    Share on :
    ajab-Image
    Date: Jan 21, 2025    Views: 3479

    ଗୁଡଭେଲା : ବଲାଙ୍ଗୀର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁଡଭେଲା ବ୍ଲକ ଅନ୍ତର୍ଗତ ଚିଞ୍ଚେଡ ଗ୍ରାମପଞ୍ଚାୟତ ସରପଞ୍ଚ ଡେଲାନ୍ତି ନାଗ ସରପଞ୍ଚ ପଦବୀ ହରାଇଛନ୍ତି। ସୂଚନା ଅନୁଯାୟୀ ଚିଞ୍ଜେଡ ସରପଞ୍ଚଙ୍କ ବିରୋଧରେ ୨୦୨୪ ଅକ୍ଟୋବର ୨୯ରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ ହୋଇଥିଲା ଏଥିରେ ୧୧ଜଣ ୱାର୍ଡ ମେମ୍ବର ଓ ସରପଞ୍ଚ ଭୋଟଦାନ କରିଥିଲେ।
    ଭୋଟଗଣତି ପରେ ସରପଞ୍ଚଙ୍କ ସପକ୍ଷରେ ୨ଟି ଓ ବିରୋଧରେ ୧୦ଟି ଭୋଟ ଦିଆଯାଇଛି। ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା ୧୦୫ ତା୧୬.୧.୨୫ ନିର୍ଦ୍ଦେଶ  କ୍ରମେ ସରପଞ୍ଚଙ୍କ ପଦବୀ ରଦ୍ଦ କରାଯାଇ ତାଙ୍କ ସ୍ଥାନରେ ୱାର୍ଡ ମେମ୍ବର ସନାତନ କୁଦେଇଙ୍କୁ ସରପଞ୍ଚ ଦାୟିତ୍ଵ ଦିଆଯାଇଥିବା ସୂଚନା ମିଳିଛି। ଗତକାଲି ଗମ୍ଭାରୀଗୁଡା ପଞ୍ଚାୟତରେ ସରପଞ୍ଚ ଅନସ୍ଥାପ୍ରସ୍ତାବ ଭୋଟରେ ୮ଟି ସପକ୍ଷରେ ଭୋଟ ପଡିଥିବାରୁ ଗମ୍ଭାରୀଗୁଡା ସରପଞ୍ଚ ପିଙ୍କି ବେଶ୍ରାଙ୍କ ମଧ୍ୟ ସରପଞ୍ଚ ପଦ ଯିବା ସୁନିଶ୍ଚିତ ହୋଇଥିବାବେଳେ ଜିଲ୍ଲାପାଳଙ୍କ ପତ୍ରକୁ ଅପରପକ୍ଷରେ ଥିବା ଜଣାପଡିଛି।

    Maximum 500 characters

    ରାଜନୀତି View all

    Find Us on Facebook