Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋତେ ହରାଇବାକୁ ରଞ୍ଜିତା ପ୍ଲାନ କରିଥିଲେ: ଲତିକା

    Share on :
    ajab-Image
    Date: Oct 16, 2024    Views: 2924

    ଭୁବନେଶ୍ୱର: ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ ମୋତେ ହରାଇବାକୁ ପ୍ଲାନ କରିଥିଲେ । କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନ ଏଭଳି ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ସେ ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଛନ୍ତି । ଲତିକା ପ୍ରଧାନ କହିଛନ୍ତି ଯେ ରଞ୍ଜିତା ବିଭୀଷଣ ସାଜି ଦଳୀୟ ପ୍ରାର୍ଥୀଙ୍କୁ ହରାଇଛନ୍ତି । ରଞ୍ଜିତା ବିଜେପି ସହ ହାତ ମିଶାଇ ଦଳ ବିରୋଧୀ କାର୍ଯ୍ୟକରୁଛନ୍ତି ବୋଲି ଲତିକା ପ୍ରଧାନ କହିଛନ୍ତି । ଏପରିକି ମୋତେ ହରାଇବା ପାଇଁ ରଞ୍ଜିତା ପ୍ଲାନ କରିଥିଲେ ବୋଲି ଲତିକା କହିଛନ୍ତି । ଏଭଳି ଜଣେ ପ୍ରାର୍ଥୀଙ୍କ ପାଇଁ ଆମ ହାତରୁ ଆସିକା ସିଟ ଚାଲିଗଲା । ବିଭୀଷଣ ସାଜି ଦଳବିରୋଧୀ କାମ କରିଥିବା ନେଇ ପ୍ରମାଣ ବି ଅଛି ବୋଲି ଲତିକା କହିଛନ୍ତି ।  ଏପରିକି ସମସ୍ତ ପ୍ରମାଣ ସହ ଏନେଇ ମୁଁ ଦଳର ସଭାପତିଙ୍କୁ ଜଣାଇଛି । କାର୍ଯ୍ୟାନୁଷ୍ଠାନ ନେବାକୁ ଦଳର ସଭାପତିଙ୍କୁ ଅନୁରୋଧ କରିଛି । କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲତିକା ପ୍ରଧାନ କହିଛନ୍ତି । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନିର୍ବାଚନ ପରେ ପରେ ବିଜେଡିର ଦଳୀୟ କନ୍ଦଳ ତଥା ନେତା ଓ କର୍ମୀଙ୍କ ମଧ୍ୟରେ ଥିବା ଅସନ୍ତୋଷ ଏବେ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି ।  ବହୁ ବିଜେଡି ନେତାଙ୍କ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଚାଲିଛି । ପରସ୍ପରକୁ ଦୋଷାରୋପ କରୁଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook