Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଜ୍ୟପାଳ ନିଜର ପଦ ମର୍ୟ୍ୟାଦା ରଖିବା କଥା: ବିଜେଡି

    Share on :
    ajab-Image
    Date: Oct 5, 2024    Views: 3766

    ଭୁବନେଶ୍ବର: ଓଡ଼ିଶା ରାଜଭବନ ଝାଡ଼ଖଣ୍ଡ ନିର୍ବାଚନ ୱାର ରୁମ ସାଜିଥିବା ଅଭିଯୋଗ ଆଣିଛି ବିଜେଡି । ବିଜେଡି ବିଧାୟକ ପ୍ରଦୀପ ଦିସାରୀ କହିଛନ୍ତି,"ତଥ୍ୟ ନଥାଇ ବିଜେଡି କୌଣସି ପ୍ରସଙ୍ଗ ଉଠାଏ ନାହିଁ । ବିଜେଡି ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ଏହାକୁ ସମର୍ଥନ କରିଛି । ଯାହା ଅଭିଯୋଗ ହୋଇଛି ତାହା ନିରାଟ ସତ୍ୟ କଥା । ରାଜ୍ୟପାଳ ନିଜର ପଦ ମର୍ୟ୍ୟାଦା ରଖିବା କଥା । ସେ ଗୋଟେ ସାମ୍ବିଧାନିକ ପଦରେ ଅଛନ୍ତି । ତାହା ନକରି ସେ ବିଜେପିର ମୁରବି ଭାବେ କାର୍ୟ୍ୟ କରୁଛନ୍ତି । ଏହା ନିହାତି ଭାବେ ନିନ୍ଦନୀୟ କାର୍ୟ୍ୟ । ରାଜଭବନ ରାଜନୈତିକ କାର୍ୟ୍ୟାଳୟ ସାଜିଛି । ଝାଡଖଣ୍ଡ ବିଜେପିର ସମସ୍ତ ପ୍ରସଙ୍ଗ ସେଇଠି ଆଲୋଚନା ହେଉଛି । ରାଜଭବନ ବିଜେପିର କଣ୍ଟ୍ରୋଲ ରୁମ ଭାବେ କାର୍ୟ୍ୟ କରୁଛି ।"

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook