Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୦୦୦ ରୁ ୨୦୨୪ ମଧ୍ୟରେ ରାଜ୍ୟର ସ୍ଥିତି ବଦଳିଛି : ବିଜେଡି

    Share on :
    ajab-Image
    Date: Sep 25, 2024    Views: 3231

    ଭୁବନେଶ୍ବର: ଶୃଙ୍ଖଳିତ ଆର୍ଥିକ ପରିଚାଳନା ପାଇଁ ସାରା ଦେଶରେ ଓଡ଼ିଶାକୁ ମିଳିଛି ଭିନ୍ନ ପରିଚୟ । ଗତ ଅଢ଼େଇ ଦଶନ୍ଧିରେ ଓଡ଼ିଶାରେ ହାରାହାରି ମୁଣ୍ଡପିଛା ଆୟ ହାର ବୃଦ୍ଧି ଦେଶରେ ସବୁଠାରୁ ଅଧିକ ରହିଛି । ଏପରିକି ଓଡ଼ିଶାଠାରୁ ଗୁଜରାଟ, ଛତିଶଗଡ଼, ହରିଆଣା, ରାଜସ୍ଥାନ, ମଧ୍ୟ ପ୍ରଦେଶ, ଆସାମ, ବିହାର ଓ ଉତ୍ତର ପ୍ରଦେଶ ଆଦି ରାଜ୍ୟ ଢ଼େର ପଛରେ ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟ-୨୦୨୪ରେ ଏହା ପ୍ରକାଶିତ ହୋଇଛି ।

    ଏହି ରିପୋର୍ଟ ପ୍ରସଙ୍ଗରେ ବିଜେଡିର ଜାତୀୟ ମୁଖପାତ୍ର ସଂତୃପ୍ତ ମିଶ୍ର କହିଛନ୍ତି," ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ରିପୋର୍ଟ ପ୍ରକାଶ ପାଇଛି । ଗତ ୨୪ ବର୍ଷ ହେଲା ଓଡିଶାର ପ୍ରଗତି ଲାଗି କାର୍ୟ୍ୟ କରିଥିବା ବ୍ୟକ୍ତି ଗର୍ବିତ ହୋଇଥିବେ । ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଏହି ରିପୋର୍ଟ ଓଡିଶାର ଅର୍ଥନୈତିକ ପରିବର୍ତ୍ତନ ଯାହା ୨୦୦୦ ରୁ ୨୦୨୪ ମଧ୍ୟରେ ହୋଇଛି, ତାହା ଉପରେ ତଥ୍ୟ ଦେଇଛନ୍ତି । ମୁଣ୍ଡ ପିଛା ଆୟକୁ ଦ୍ରୁତଗତିରେ ବୃଦ୍ଧି କରିବାରେ ବିଗତ ୨ ଦଶନ୍ଧିରେ ଓଡିଶା ପ୍ରଥମ ସ୍ଥାନ ଅଧିକାର କରିଛି । ଏହାର ଶ୍ରେୟ ସେମାନେ ଓଡିଶା ସରକାରଙ୍କ ଦୂରଦର୍ଶିତା ଓ ପାରଦର୍ଶିତାକୁ ଦେଇଛନ୍ତି । ରାଜ୍ୟର ମୁଣ୍ଡପିଛା ଆୟ ଓ ଦେଶର ‘ଜିଡିପି’ରେ ଯୋଗଦାନ କ୍ଷେତ୍ରରେ ଓଡିଶା ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛି । ଦେଶର ଜିଡିପି ଯୋଗଦାନରେ ପଞ୍ଜାବ, ମହାରାଷ୍ଟ୍ର ଓ ଦିଲ୍ଲୀ ତୁଳନାରେ ଓଡ଼ିଶାର ଭଲ ରହିଛି । ଆର୍ଥିକ ବର୍ଷ ୨୦୦୦- ୨୦୦୧ରେ ଦେଶର ଜିଡିପିରେ ଓଡିଶାର ଯୋଗଦାନ ୨.୩ ପ୍ରତିଶତ ଥିଲା । ଆର୍ଥିକ ବର୍ଷ ୨୦୨୩-୨୪ରେ ଏହା ୨.୮ ପ୍ରତିଶତ ହୋଇଛି । ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଝାରଖଣ୍ଡ ଓ ଦିଲ୍ଲୀର ଯୋଗଦାନ କମିଛି । ଏହି ସମୟରେ ନବୀନ ସରକାର ଓଡ଼ିଶା ରାଜସ୍ୱ କ୍ଷେତ୍ରରେ ବଳକା ରାଜସ୍ୱ ଛାଡ଼ି ସରକାରରୁ ବାହାରିଛି ।"

    Maximum 500 characters

    ରାଜନୀତି View all

    Find Us on Facebook