Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଜଗନ୍ନାଥଙ୍କ ରାଜ୍ୟ ପ୍ରତି ଏହିଭଳି ଆଚରଣ ଦୁର୍ଭାଗ୍ୟଜନକ: ବିଜେଡି

    Share on :
    ajab-Image
    Date: Jul 25, 2024    Views: 3547

    ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟରେ ଓଡିଶାକୁ ଅବହେଳା ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀଯୁକ୍ତ ଭୃଗୁ ବକ୍ସିପାତ୍ର। ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ସମସ୍ତ କେନ୍ଦ୍ରୀୟ ନେତା ଓଡିଶାରେ ଆସି ନିର୍ବାଚନ ପ୍ରଚାର ବେଳେ ଅନେକ ସ୍ୱପ୍ନ ଦେଖାଇଥିଲେ। ଶ୍ରୀ ଜଗନ୍ନାଥଙ୍କ ନାଁ ବ୍ୟବହାର କରି ଏବଂ ଓଡିଆ ଅସ୍ମିତାର ଦ୍ୱାହି ଦେଇ ଭୋଟ୍‌ ମାଗିଥିଲେ। ଓଡିଶାବାସୀ ସେମାନଙ୍କ କଥାରେ ଭରସା କରି ନିର୍ବାଚନରେ ବିଜେପିର ୨୦ ସାଂସଦଙ୍କୁ ଜିତାଇଥିଲେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିଜେ ଓଡିଶା ମାଟିରେ କହିଥିଲେ, ଓଡିଶାରୁ ଜିତିଥିବା ଆସନ ପାଇଁ କେନ୍ଦ୍ରରେ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲୁ। ହେଲେ କେନ୍ଦ୍ରୀୟ ବଜେଟରେ ସେହି ଓଡିଶା ସହ ପ୍ରତାରଣା କରିବାକୁ କିଭଳି ପଛାଇଲେ ନାହିଁ ବୋଲି ବିଜେଡି ପ୍ରଶ୍ନ କରିଛି।

    ଶ୍ରୀ ବକ୍ସିପାତ୍ର ଆହୁରି କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶରେ ଏନଡିଏର ୧୬ ସାଂସଦ ଓ ବିହାରରେ ଏନଡିଏର ୧୨ ସାଂସଦ ଜିତିଥିବା ବଳେ, ଓଡିଶାରୁ ବିଜେପିର ୨୦ ସାଂସଦଙ୍କୁ ରାଜ୍ୟବାସୀ ନିର୍ବାଚିତ କରିଥିଲେ। ହେଲେ ଚଳିତ ବଜେଟରେ ଆନ୍ଧ୍ରପ୍ରଦେଶ ଓ ବିହାରକୁ ସ୍ୱତନ୍ତ୍ର ପ୍ୟାକେଜ ମାଧ୍ୟମରେ ହାତଖୋଲା ପାଣ୍ଠି ଦେଇଥିବା ବେଳେ ଓଡିଶା ପ୍ରତି ଚରମ ଅବହେଳା ପ୍ରଦର୍ଶନ କରିଛନ୍ତି ବିଜେପି ସରକାର। ଯାହା ସାଢେ ୪ କୋଟି ଓଡିଶାବାସୀଙ୍କୁ ଆଶ୍ଚର୍ୟ୍ୟ କରିଛି। ଯେଉଁ ଜଗନ୍ନାଥଙ୍କ ରାଜ୍ୟରୁ ଅକୁଣ୍ଠ ସମର୍ଥନ ପାଇ ସରକାର ଗଠନ କରିବାରେ ବିଜେପି ସକ୍ଷମ ହେଲା, ସେହି ଜଗନ୍ନାଥଙ୍କ ରାଜ୍ୟ ପ୍ରତି ଏହିଭଳି ଆଚରଣ ଦୁର୍ଭାଗ୍ୟଜନକ।
    ଲଗାତର ବାତ୍ୟା, ବନ୍ୟାର ଶିକାର ହେଉଥିବା ଓଡିଶା ରାଜ୍ୟ ନିଜସ୍ୱ ଉଦ୍ୟମରେ ଏହାର ମୁକାବିଲା କରି ବିଶ୍ୱସ୍ତରରେ ପ୍ରଶଂସିତ ହୋଇଥିଲା। କିନ୍ତୁ ପ୍ରାକୃତିକ ବିପର୍ୟ୍ୟୟର ମୁକାବିଲା କରିବାକୁ ଦୀର୍ଘମିଆଦୀ ସହାୟତା ଯୋଗାଇବା ପାଇଁ ଓଡିଶା ବାରମ୍ବାର ଦାବି କରି ଆସୁଥିବା ବେଳେ ଚଳିତ ବଜେଟରେ ଆସାମ୍‌, ଉତରାଖଣ୍ଡ, ସିକିମ, ହିମାଚଳପ୍ରଦେଶ ଓ ବିହାର ଭଳି ରାଜ୍ୟକୁ ଅଯାଚିତ ସହାୟତା ପ୍ରଦାନ କରି ଓଡିଶାକୁ ଉପେକ୍ଷା କରିବା ରାଜ୍ୟବାସୀଙ୍କ ପ୍ରତି ଉପହାସ ନୁହେଁ ତ ଆଉ କଣ ବୋଲି ବିଜେଡି ପ୍ରଶ୍ନ କରିଛି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook