Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ୨୦ରେ ବିଜେଡି ବିଧାୟକ ଦଳ ବୈଠକ

    Share on :
    ajab-Image
    Date: Jul 18, 2024    Views: 3029

    ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ଶଙ୍ଖ ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଅଧ୍ୟକ୍ଷତା କରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଆଗକୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଦଳର କ’ଣ ଭୂମିକା ରହିବ ସେ ନେଇ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ଦରଦାମ ବୃଦ୍ଧି, ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅର ଆକ୍ରମଣ ଘଟଣା ସାଙ୍ଗକୁ ଅନେକ ପ୍ରସଙ୍ଗ ରହିଛି। ସେସବୁକୁ ନେଇ ବିଜେଡି ଶାସକ ଦଳକୁ ବିଧାନସଭାରେ ଘେରିପାରେ। ବୈଠକରେ ବିଭିନ୍ନ ପ୍ରସଙ୍ଗ ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି।

    Maximum 500 characters

    ରାଜନୀତି View all

    Find Us on Facebook