Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେପି ସରକାର ସମୟରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ

    Share on :
    ajab-Image
    Date: Jul 18, 2024    Views: 3452

    ଭୁବନେଶ୍ବର: ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ବିଜେଡି ନେତା ନୃସିଂହ ସାହୁ କହିଛନ୍ତି ଯେବେଠାରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗଠନ ହେଲାଣି ଏବଂ ସରକାରରେ ୨୪ ବର୍ଷ ରହିଲେ । ଏହା ଭିତରେ ବିଜେପି ସହ ୯ ବର୍ଷ ମେଣ୍ଟ ସରକାର ଥିଲା । ସେତେବେଳେ ଦାବି ହୋଇଥିଲା ଯେ, ଓଡ଼ଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଉ । କିନ୍ତୁ ଏପର୍ୟ୍ୟନ୍ତ ସେ ବାବଦରେ କିଛି ପଦକ୍ଷେପ ନିଆଗଲାନି କି କିଛି ଆର୍ଥିକ ସହାୟତା ଦିଆଗଲାନାହିଁ । ଯେହେତୁ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଅଛି ଆମେ ନିଶ୍ଚିନ୍ତ ଆଶା କରୁଛୁ ଯେ, ବିଜେପି ସରକାର ସମୟରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ । କାରଣ ଏଇଟା ଉଭୟ ବିଜେପି ଓ ବିଜେଡି ଦାବି କରୁଥିଲେ । ମୁଁ ଭାବୁଛି ବିଜେପି ଏତେ କଥା କହୁଛି ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ । ଆମେ ଆଶା କରୁଛୁ ନିଶ୍ଚିତ ଭାବରେ ଏହା ଉପରେ ପଦକ୍ଷପ ନେବେ । ବିଜେପି କହୁଛି ଯେ, ଉଭୟ ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ହୋଇଛି । ତାହାଲେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ରାଜ୍ୟ ସରକାର ଲାଗନ୍ତୁ ।"

    Maximum 500 characters

    ରାଜନୀତି View all

    Find Us on Facebook