Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାର୍ଡ ଫ୍ଲୁ:ମରାଯିବ ୫୦ ହଜାରରୁ ଅଧିକ କୁକୁଡା

    Share on :
    ajab-Image
    Date: Aug 26, 2024    Views: 3863

    ପିପିଲି: ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ । ଆରମ୍ଭ ହେଲା କୁକୁଡା ମରା ଅଭିଯାନ । ଆଜି (ସୋମବାର) ମାସ ଚିକେନ କଲିଂର ତୃତୀୟ ଦିନ । ଏଯାଏଁ ମରାଗଲାଣି ୫ ହଜାରରୁ ଅଧିକ କୁକୁଡା । ପିପିଲି ଅଞ୍ଚଳରେ ୫୪ଟି କୁକୁଡ଼ା ଫାର୍ମ ଚିହ୍ନଟ ହୋଇଛି । ଏହି ସମସ୍ତ ଫାର୍ମର ୫୦ ହଜାରରୁ ଅଧିକ କୁକୁଡା ମରାଯିବ । କୁକୁଡ଼ା ମରାରେ ୧୩ଟି ଟିମ ନିୟୋଜିତ । ସବୁ କୁଡୁଡ଼ାଙ୍କୁ ମରାଯିବା ନେଇ ସୂଚନା । ଏପଟେ ଉଚିତ କ୍ଷତିପୂରଣ ଦାବି କଲେ ଚାଷୀ । ତେବେ ସରକାରୀ ଭାବେ ବଡ଼ କୁକୁଡ଼ାଙ୍କ ପାଇଁ ୭୦ ଟଙ୍କା, ଛୋଟ କୁକୁଡ଼ାଙ୍କ ପାଇଁ ୨୦ ଟଙ୍କା ପ୍ରଦାନ କରାଯିବ । ସଂକ୍ରମିତ ଫାର୍ମରେ କୁକୁଡ଼ା ମାରିଛି ରାପିଡ଼ ରେସକ୍ୟୁ ଟିମ ।ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପିପିଲି ଆବଲପୁର ଗାଁରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆଲର୍ଟରେ ପ୍ରାଣୀ ସଂପଦ ବିଭାଗ । ସଂକ୍ରମଣ ରୋକିବାକୁ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ । ଏହି ଅଞ୍ଚଳରେ ୫ ହଜାରରୁ ଅଧିକ କୁକୁଡ଼ା ମରାଯାଇଥିଲା ବେଳେ ପୁରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୫୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରହିଛି । କଲିଂ ଅପରେସନ୍ ସହ ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ ଦେଉଛି ପ୍ରାଣୀ ସଂପଦ ବିଭାଗ ।ଏପଟେ କୁକୁଡ଼ା ଚାଷୀ ଚୟନକୁ ନେଇ ତେଜିଲା ଅସନ୍ତୋଷ । ବାର୍ଡଫ୍ଲୁରେ ସଂକ୍ରମିତ କୁକୁଡ଼ା ଫାର୍ମ ଚୟନକୁ ନେଇ ଚାଷୀ ଘେରିଲେ ଅଧିକାରୀଙ୍କୁ । ପିପିଲିରେ ବାର୍ଡ ଫ୍ଲୁ ହୋଇଥିଲା ବେଳେ କେଉଁ ଆଧାରକୁ ଭିତ୍ତି କରି ଚୟନ କରାଯାଇଛି ସଂକ୍ରମିତ ଫାର୍ମ ବୋଲି ପ୍ରଶ୍ନ ଉଠାଇଲେ ଚାଷୀ । ସେପଟେ ଚାଷୀ ଚୟନରେ ସ୍ଵଚ୍ଛତା ଅବଲମ୍ବନ କରା ନଗଲେ ବରଦାସ୍ତ କରାଯିବ ନାହିଁ ବୋଲି ଚାଷୀ ଦେଇଛି ଚେତାବନୀ।

    Maximum 500 characters

    ତାଜା ଖବର View all

    Find Us on Facebook