Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସାରା ରାଜ୍ୟରେ ପକ୍ଷୀ ଗଣନା

    Share on :
    ajab-Image
    Date: Jan 18, 2026    Views: 3156

    ଭୁବନେଶ୍ୱର:  ସାରା ରାଜ୍ୟରେ ଆଜିଠୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଚିଲିକା ଓ ହୀରାକୁଦରେ ପକ୍ଷୀ ଗଣନା ଜାରି ରହିଛି । ଚିଲିକାରେ ସକାଳ ୬ଟାରୁ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ପର୍ୟ୍ୟନ୍ତ ପକ୍ଷୀ ଗଣାନା କରାଯିବ । ଏଠଶରେ ୫ଟି ରେଞ୍ଜ ପାଇଁ ମୋଟ ୨୨ଟି ଟିମ୍‌ ଗଠନ କରାଯାଇଛି । ପ୍ରତ୍ୟେକ ଟିମରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି । ଚିଲିକାର ବିଭିନ୍ନ ସ୍ଥାନ ବୁଲି ପକ୍ଷୀ ଗଣନା କରାଯାଉଛି । ବାଇନା କୁଲାର, କ୍ୟାମେରା ଏବଂ ଜିପିଏସ ସାହାଯ୍ୟରେ ପକ୍ଷୀ ଗଣନା ହେଉଛି । ସାତପଡାରେ ୪, ଟାଙ୍ଗୀରେ ୮, ବାଲୁଗାଁରେ ୭, ରମ୍ଭାରେ ୨ ଓ ନୂଆପଡାରେ ଗୋଟିଏ ଟିମ୍‌ ନିୟୋଜିତ ହୋଇ ପକ୍ଷୀ ଗଣନା କରୁଛନ୍ତି । ଚଳିତ ବର୍ଷ ଚିଲିକାରେ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି । ସେହିପରି ହୀରାକୁଦରେ ପକ୍ଷୀ ଗଣନା ପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି ।  ୭୦ଜଣ ବନ ଅଧିକାରୀ ଓ ପକ୍ଷୀ ବିଶେଷଜ୍ଞ ସାମିଲ ହୋଇଛନ୍ତି ।  ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏ ଗଣନା ଚାଲିବ ।

    Maximum 500 characters

    ତାଜା ଖବର View all

    Find Us on Facebook