Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିସ୍ଫୋରକ ବୟାନ ଦେଲେ ଭୂପିନ୍ଦର

    Share on :
    ajab-Image
    Date: May 17, 2025    Views: 3840

    ଭୁବନେଶ୍ୱର: ବିଜେଡି ନେତା ଭୂପିନ୍ଦର ସିଂ ଶନିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ବିଜେଡି କମିଟି ଓ ପିଏସିରୁ  ବାଦ ପଡ଼ିବା ପରେ ଶ୍ରୀ  ସିଂ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ମୁଁ ବିଜେଡି କମିଟି ଓ ବିଏସିରୁ କାହିଁକି ବାଦ ପଡ଼ିଲି ସେ ସମ୍ପର୍କରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଜାଣିଥିବେ । ମୁଁ ସବୁବେଳେ ଖୁସି । ଲୋକଙ୍କ ଆଶୀର୍ବାଦ ସବୁବେଳେ ମୋ ପାଖରେ ଅଛି । ବିଧାୟକ ନଥିଲେ ବି ମୁଁ ଅଧିକ ସମ୍ମାନ ପାଉଛି । 

    ମୁନା ଖାଁ ନିଜ ପଦକୁ ନେଇ ଖୁସି ନାହାନ୍ତି ବୋଲି ମିଡିଆରୁ ଶୁଣିଲି । ଆହୁରି ବି ବହୁ ନେତା ପଦ ପାଇଲା ପରେ ବି ଅସନ୍ତୁଷ୍ଟ ଥିବା ମୋ ପାଖରେ ଖବର ରହିଛି । ଲୋକଙ୍କ ଧାରଣା ଏହା ଯେ ବିଜେଡିରେ  ବିଶେଷ କିଛି ଢ଼ାଞ୍ଚାଗତ ପରିବର୍ତ୍ତନ ହୋଇନାହିଁ ।  ଯଦି ଏହା ଉପରେ ବିଚାର କରାନଯାଏ ତେବେ ଆଗକୁ ଦଳ ପାଇଁ ଠିକ ହେବନି ବୋଲି ଭୂପିନ୍ଦର ସିଂ କହିଛନ୍ତି ।  ଏହାଛଡ଼ା ସେ କହିଛନ୍ତି ବିଜେଡି ଦୃଢ଼ ବିରୋଧୀ ଦଳ ହୋଇପାରୁନି ବୋଲି ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି । ବିଜେପି ସାଙ୍ଗରେ ବିଜେଡି ସବୁବେଳେ ସଫ୍ଟ ଲାଇନରେ ରୁହେ । ଚର୍ଚ୍ଚା ବି ହେଉଛି, ବିଜେଡି ସାଧାରଣ ନିର୍ବାଚନରେ ବିଜେପିକୁ ସାହାଯ୍ୟ କରିଥିଲା । ଚର୍ଚ୍ଚାକୁ ଯଦି ଆମେ ମିଛ ବୋଲି ଭାବିବା ତାହା ହେଲା ଫଳ କିଛି ବି ମିଳିବନି । 

    Maximum 500 characters

    ତାଜା ଖବର View all

    Find Us on Facebook