Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପେଟ ବଢିବାକୁ ନେଇ ଚିନ୍ତିତ କି ?

    Share on :
    ajab-Image
    Date: Jul 25, 2024    Views: 3742

     ଆଜିକାଲିର ବ୍ୟସ୍ତବହୁଳ ଜୀବନଣୈଳୀ ଏବଂ ଖରାପ ଖାଦ୍ୟ ପ୍ରଣାଳୀ ଯୋଗୁଁ ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ଭୋଗିଥାଉ। କିନ୍ତୁ ଅନେକ ଲୋକ ସର୍ବଦା ନିଜ ଶରୀର ପ୍ରତି ସଚେତନ ରହିଥାଏ। ସର୍ବଦା ନିଜକୁ ଫିଟ୍ ଏବଂ ସୁନ୍ଦର ରଖିବାକୁ ଚେଷ୍ଟା କରିଥାନ୍ତି। କେହି କେହି ସକାଳୁ ଉଠି ବ୍ୟାୟାମ କରନ୍ତି ତ ଆଉ କିଏ ବ୍ୟାୟାମରେ ସମୟ ବିତାନ୍ତି। ବର୍ତ୍ତମାନ ସମୟରେ ପେଟ ପଢିବା ସମସ୍ତଙ୍କ ପାଇଁ ପ୍ରମୂଖ କାରଣ ପାଲଟିଛି। ଆସନ୍ତୁ ଜାଣିବା ଘରୋଇ ଉପାୟରେ ଆମେ କିପରି ପେଟ କମାଇପାରିବା। ପେଟ କମ୍‌ କରିବାରେ କାକୁଡ଼ି ଓ ଲେମ୍ବୁପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କାକୁଡ଼ି ଖାଇବା ଫଳରେ ଶରୀରରେ ଚର୍ବି ଅଂଶ କମ୍‌ ହୋଇଥାଏ। ସେହିପରି ଲେମ୍ବୁ ପେଟର ଚର୍ବି ଅଂଶକୁ କମ୍‌ କରିଥାଏ। ସେଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ କାକୁଡ଼ି ଜୁସ୍‌ ପିଇବା ଫଳରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ।  ପ୍ରଥମେ କାକଡ଼ିରୁ ଚୋପା ଛଡ଼ାଇ ସେଥିରେ ଅଦା ଓ ପୋଦିନା ପତ୍ର ପକାଇ ମିଶ୍ରଣ କରନ୍ତୁ। ଏଥିରେ ଲେମ୍ବୁରସ, ଜିରା ପାଉଡର, ସ୍ବାଦ ଅନୁସାରେ କଳା କିମ୍ବା ଧଳା ଲୁଣ ମିଶାଇ ଶୋଇବା ପୂର୍ବରୁ ପିଅନ୍ତୁ। ପ୍ରତିଦିନ ଏହାକୁ ପିଇବା ଦ୍ୱାରା ପେଟ କମ୍‌ ହୋଇଯାଇଥାଏ।

    Maximum 500 characters

    ବିଶେଷ View all

    Find Us on Facebook