Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ପବିତ୍ର ବୃକ୍ଷ ତୁଳସୀର ଓଷଧୀୟ ଗୁଣ

    Share on :
    ajab-Image
    Date: Apr 29, 2025    Views: 4385

    ତୁଳସୀ ବୃକ୍ଷ ଭାରତୀୟ ଧର୍ମ ଓ ସଂସ୍କୃତିରେ ଏକ ପବିତ୍ର ସ୍ଥାନ ଅଧିକାର କରିଛି । କେବଳ ସେତିକି ନୁହେଁ ହିନ୍ଦୁ ଆରଧ୍ୟ ଦେବତା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ସେବା ପୂଜାରେ ତୁଳସୀର ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ । 
    ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଭାରତର ସର୍ବତ୍ର ଦେଖିବାକୁ ମିଳେ । ଓଷଧ ରେ ତୁଳସୀର ବ୍ୟବହାର ପର୍ଯ୍ୟାପ୍ତ । ଭେଷଜ ବିଦ୍ୟାରେ ଏହାର ଚାହିଦା ଅଧିକ । ବହୁ ପ୍ରାଚୀନ କାଳରୁ ତୁଳସୀକୁ ସର୍ବମହୋଷଧି ଭାବେ ମୁନି ଋଷିମାନେ ବ୍ୟବହାର କରିଆସୁଛନ୍ତି । ସମ୍ପ୍ରତି ଆୟୁର୍ବେଦିୟ ଓଷଧ ନିର୍ମାଣ ଉଦ୍ୟୋଗ, ସୁଗନ୍ଧତୈଳ, ଏବଂ ହର୍ବାଲ ଟି ନିର୍ମାଣ ସଂସ୍ଥାମାନେ ତୁଳସୀ ବହୁମାତ୍ରାରେ ଆବଶ୍ୟକ କରୁଥିବାରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଆୟୁର୍ବେଦ ପରି ପାରମ୍ପାରିକ ଓଷଧ ପ୍ରଣାଳୀରେ ଏହାର ସମୃଦ୍ଧ ଇତିହାସ ସହିତ ତୁଳସୀ କେବଳ ଭାରତୀୟ ସଂସ୍କୃତିରେ ନୁହେଁ ବରଂ ବିଶ୍ୱସ୍ତରୀୟ ସୁସ୍ଥତା କ୍ଷେତ୍ରରେ ମଧ୍ୟ ଏକ ସ୍ୱତନ୍ତ୍ର ସ୍ଥାନ ଅର୍ଜନ କରିଛି । ଏହା ସ୍ୱାସ୍ଥ୍ୟ ଉପକାରିତା ପାଇଁ ପ୍ରସିଦ୍ଧ, ତୁଳସୀ ପତ୍ର ଗୁଡ଼ିକ ଅନେକ ଚିକିତ୍ସା ରେ ବ୍ୟବହୃତ । ଏହା ସୁସ୍ଥତା ଏବଂ ଜୀବନଶୈଳୀ ବିକାଶରେ ସହାୟକ ହୁଏ ।
    ତୁଳସୀର ଉପକାରୀ ଗୁଣ
    - ନିୟମିତ ତୁଳସୀ ପତ୍ରର ସେବନ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।
    - ପ୍ରତିଦିନ ସକାଳୁ ଖାଲିପେଟରେ ତୁଳସୀ ପତ୍ର ଚୋବାଇ ଖାଇଲେ ଥଣ୍ଡା, କାଶ, ମିଣ୍ଡ ବ୍ୟଥା, ମୁଖଦୂର ଗନ୍ଧରୁ ମୁକ୍ତି ମିଳେ ।
    - ମଧୁମେହ ଓ ହୃଦରୋଗୀଙ୍କ ପାଇଁ ତୁଳସୀ ବହୁତ ଉପକାରୀ ।
    - ତୁଳସୀପତ୍ର, ଅଦାରସ ଓ ମହୁକୁ ମିଶାଇ ସେବନ କଲେ ଶ୍ୱାସନଳୀ, ଗଳା ସଙ୍କ୍ରମଣ ଓ ଥଣ୍ଡାରୁ ଉପଶମ ମିଳେ ।
    - ତୁଳସୀପତ୍ର ଓ ଗୁଜୁରାତିକୁ ପାଣିରେ ଫୁଟାଇ ମିଶାଇ ପିଇଲେ ଜ୍ୱର ଭଲ କମେ ।
    - ତୁଳସୀଗଛ ପାଖରେ ବସି ପ୍ରାଣାୟମ କଲେ ବଳ, ବୁଦ୍ଧି, ଶକ୍ତି ଓ ଉତ୍ସାହ ବୃଦ୍ଧି ପାଏ । ମନୁଷ୍ୟକୁ ଦୀର୍ଘାୟୁ କରିବାରେ ତୁଳସୀଗଛର ଦୃଢ କ୍ଷମତା ରହିିଛି ।
    - ତୁଳସୀ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ହୃତପିଣ୍ଡକୁ ସୁସ୍ଥ ରଖେ ।
    - ତୁଳସୀପତ୍ରକୁ ନିମ୍ବ ଏବଂ ମନ୍ଦାରପତ୍ର ସହିତ ବାଟି ମୁଣ୍ଡରେ ଲଗାଇଲେଏହା କେଶକୁ କୋମଳ କରିଥାଏ ।
    - ତୁଳସୀପତ୍ରକୁ ପ୍ରତିଦିନ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ହଜମ ପ୍ରକ୍ରିୟା ଭଲ ହୋଇଥାଏ ।
    - ତୁଳସୀ ଆଣ୍ଟିମାଇକ୍ରୋବାୟାଲ, ଆଣ୍ଟିଫଙ୍ଗାଲ, ଏବଅ ଆଣ୍ଟିଅକ୍ସିଡେଣ୍ଟାଲ ଗୁଣ ଧାରଣ କରିଥାଏ ଯାହା ଚର୍ମକୁ ଚିକିତ୍ସା ଏବଂ କେଶ ଯତ୍ନ ବ୍ୟବସ୍ଥାରେ ସହଯୋଗ କରିଥାଏ ।
    - ତୁଳସୀ ଶରୀରର ପ୍ରାକୃତିକ ପ୍ରତିରକ୍ଷା କୋଶଳକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା ସଙ୍କ୍ରମଣ ଏବଂ ରୋଗ ବିରୁଦ୍ଧରେ ସ୍ଥିରତା ବଢିଥାଏ । ଏହା ସପ୍ଳିମେଣ୍ଟ ଭାବରେ ଉନ୍ନତ  ସ୍ୱାସ୍ଥ୍ୟକୁ ପୋତ୍ସାହନ କରେ ।
    - ଆଜିର ଦୃତ ଗତିଶୀଳ ଦୁନିଆରେ ମନୁଷ୍ୟ ଚିନ୍ତା ଓ ଚାପ ଗ୍ରସ୍ତ । ତୁଳସୀ ଚା ପିିଇବା ଏବଂ ଏହାର ପତ୍ର ଖାଇବା ଦ୍ୱାରା ଶାନ୍ତିର ଭାବନା ବଢିଥାଏ, ଆରମ ମିଳେ ଏବଂ ଚାପ ସମ୍ବନ୍ଧୀୟ ରୋଗର ଲକ୍ଷଣ ସହଜରେ ଦୂର ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook