ମୁଖ୍ୟ ଖବର
କଟକ: ବାରବାଟୀରେ ଖେଳାଯିବ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଏକ ଦିବସୀୟ ମ୍ୟାଚ । ଏଥିପାଇଁ ପ୍ରସ୍ତୁତ ଉଭୟ ଦଳର ଖେଳାଳି । ଏହି ମ୍ୟାଚ ପାଇଁ କ୍ରିକେଟ ପ୍ରେମୀ ଷ୍ଟାଡିୟମକୁ ଆସିବେ । ଏଥିପାଇଁ ପୋଲିସ ପକ୍ଷରୁ କଟକଣା କରାଯାଇଛି । ବିଶେଷକରି କେଉଁ ସ୍ଥାନ ଦେଇ ଆସିବେ ଏବଂ କେଉଁ ସ୍ଥାନରେ ପାର୍କିଂ କରିବେ, ସେନେଇ ସ୍ୱତନ୍ତ୍ର ଗାଇଡ଼ଲାଇନ ମଧ୍ୟ କରାଯାଇଛି । ଆସନ୍ତୁ ଜାଣିବା ଷ୍ଟାଡିୟମକୁ କ'ଣ କ'ଣ ଆଣିବେ ଆଉ କେଉଁଠି ପାର୍କିଂ କରିବେ !ଷ୍ଟାଡିୟମ୍ର କୌଣସି ଗ୍ୟାଲେରୀ ବା ପାଭିଲିୟନ୍କୁ ଯିବାବେଳେ ଦର୍ଶକ କେବଳ ମୋବାଇଲ୍ ଫୋନ୍ ଓ ମନିପର୍ସରେ ନୋଟ୍ ବା କାଗଜ ଟଙ୍କା ନେଇ ଯାଇପାରିବେ । ପର୍ସରେ କଏନ୍ ବା ଖୁଚରା ପଇସା ନେଇପାରିବେ ନାହିଁ । ଏଥିସହିତ କୌଣସି ପ୍ରକାର ବ୍ୟାଗ୍, କୌଣସି ପ୍ରକାର ଖାଦ୍ୟ ଓ ପାଣି ବୋତଲକୁ ଦର୍ଶକ ସାଙ୍ଗରେ ନେଇଯାଇ ପାରିବେ ନାହିଁ । ଷ୍ଟାଡିୟମ୍ର ସବୁ ଗ୍ୟାଲେରୀ ଓ ପାଭିଲିଅନ୍ରେ ପିଇବା ପାଣି, ସୁଖିଲା ଖାଦ୍ୟ ଓ ଅନ୍ୟ ପାନୀୟ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି । ତେଣୁ ସାଙ୍ଗରେ କିଛି ଖାଦ୍ୟ ଓ ପିଇବା ପାଣି ନେଇପାରିବେ ନାହିଁ । ସେହିପରି କୌଣସି ପ୍ରକାର ବାଇନାକୁଲାର, ବାଡ଼ିରେ ବନ୍ଧା ହୋଇଥିବା ପତାକା, ରେଡ଼ିଓ, ଡିଜିଗଲ୍ କ୍ୟାମେରା, ପାଣି ପାଉଚ, କୌଣସି ପ୍ରକାର ମାଦକଦ୍ରବ୍ୟ, ଗୁଖା, ବିଡ଼ି, ସିଗାରେଟ୍, ପାନମସଲା ଓ ଭଙ୍ଗା ହୋଇଥିବା ପାନ ସାଙ୍ଗରେ ଦର୍ଶକ ନେଇଯାଇପାରିବେ ନାହିଁ ।ଘରୁ ଦର୍ଶକ ଆସିବା ବେଳେ ସାଙ୍ଗରେ କେବଳ ଟିକେଟ୍ କିମ୍ବା ପାସ୍, ନିଜର ଏକ ପରିଚୟପତ୍ର ଓ କିଛି ନୋଟ୍ ନେଇଆସିବାକୁ ପୋଲିସ କହିଛି । ଯଦି ବାରଣ କରାଯାଇଥିବା ଜିନିଷକୁ କେହି ଦର୍ଶକ ସାଙ୍ଗର ଆଣିବେ ତାହାଲେ ସେଗୁଡ଼ିକୁ ଷ୍ଟାଡିୟମ୍ର ପ୍ରବେଶ ପଥରେ ଛଡ଼ାଇ ରଖାଯିବ ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂହ ଏକଦିବସୀୟ କ୍ରିକେଟ୍ ଦେଖିବାକୁ ଆସୁଥିବା ଦର୍ଶକଙ୍କ ପାଇଁ ଏଭଳି ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ