ମୁଖ୍ୟ ଖବର
ଭୁବନେଶ୍ୱର: ଆଜି ସୁପର ସନଡେରେ ବାରବାଟୀରେ ଖେଳାଯିବ ଦିନିକିଆ ମ୍ୟାଚ । ଆଉ ଏହାରି ଭିତରେ ଟସ ଶେଷ ହୋଇଛି । ଭ୍ରମଣକାରୀ ଦଳ ଇଂଲଣ୍ଡ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ପ୍ରଥମେ ବୋଲିଂ କରିବାକୁ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆଜି ସୁପର୍ ସଣ୍ଡେରେ ସୁପରସୋ ମୁକାବିଲା । କଟକରେ ଭାରତ-ଇଂଲଣ୍ଡ ଦିନିକିଆ ଟକ୍କର । ମହାଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ବାରବାଟୀ ଷ୍ଟାଡ଼ିୟମ । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା ।
୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି। ଆଜି ମ୍ୟାଚ୍ ଜିତି ଭାରତ ଓ୍ବାନଡେ ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି।
Comments ସମସ୍ତ ମତାମତ