ମୁଖ୍ୟ ଖବର
କଟକ: ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଆଜି ପଡିଆରେ ପିଚ୍ ଯାଞ୍ଚ କରିଛନ୍ତି କ୍ୟୁରେଟର୍ । ବାରବାଟୀ ପଡିଆରେ କ୍ୟୁରେଟର ଆଶିଷ ଭୌମିକ ପହଞ୍ଚି ପିଚ୍ ଯାଞ୍ଚ କରିଛନ୍ତି । କ୍ୟୁରେଟର ଆଶିଷ ଭୌମିକଙ୍କ ସହ ଓସିଏର ମୁଖ୍ୟ ଓ ଅନ୍ୟ ଗ୍ରାଉଣ୍ଡ ଷ୍ଟାଫ୍ ଉପସ୍ଥିତ ରହିଛନ୍ତି ।
ବାରବାଟୀରେ ଟି-୨୦ ମ୍ୟାଚ ପାଇଁ ତିନୋଟି ପିଚ୍ ପ୍ରସ୍ତୁତ କରାଯାଇଛି । ପିଚ୍ ଯାଞ୍ଚ ହେବା ପରେ କେଉଁଟାରେ ଖେଳାଯିବ ତାହା ସ୍ପଷ୍ଟ ହେବ । ଡିସେମ୍ବର ୯ରେ ଏଠାରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଗତକାଲି ଅନଲାଇନରେ ଟିକେଟ ବିକ୍ରି ସରିଛି । ମାତ୍ର କିଛି ମିନିଟରେ ଅନଲାଇନରେ ୨୦୦୦ ଟିକେଟ ସେଲ୍ ହୋଇଯାଇଥିଲା । ଏବେ ଅଫଲାଇନ ଟିକେଟକୁ ଅପେକ୍ଷା କରିଛନ୍ତି କ୍ର୍ରିକେଟ ପ୍ରେମୀ ।
Comments ସମସ୍ତ ମତାମତ