Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚେହେରାରେ ଚମକ ଆଣେ କଦଳୀ ଚୋପା, ଏମିତି କରନ୍ତୁ ବ୍ୟବହାର

    Share on :
    ajab-Image
    Date: Aug 28, 2025    Views: 2740

    ଉତ୍ତମ ସ୍ବାସ୍ଥ୍ୟ ପାଇଁ କଦଳୀକୁ ସଭିଏଁ ଗ୍ରହଣ କରିଥାନ୍ତି । ଏହା ମୁଖ୍ୟତଃ ସବୁ ଋତୁରେ ଦେଶର ବିଭିନ୍ନ ସ୍ଥାନରେ ଉପଲବ୍ଧ ହୋଇଥାଏ । ପ୍ରାୟ ସମସ୍ତେ କଦଳୀ ଖାଇବା ପରେ ଏହାର ଚୋପାକୁ ଫିଙ୍ଗିଦେଇଥାନ୍ତି । ମାତ୍ର ଆପଣ ଜାଣି ନ ଥାଇପାରନ୍ତି ଏହି ସାମାନ୍ୟ ଚୋପାରେ ଭରି ରହିଛି ଅନେକ ଉପାଦେୟ ଗୁଣ । ଏଥିରେ ରହିଥିବା ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଏବଂ ଫ୍ୟାଟି ଏସିଡ ଆପଣଙ୍କ ତ୍ବଚା ଏବଂ କେଶକୁ ବହୁଳ ଭାବେ ସହାୟତା କରିଥାଏ । ଏଥିରେ ମହଜୁଦ ଥିବା ଜଳୀୟ ଅଂଶ ଓ ପୋଟାସିୟମର ମାତ୍ରା ତ୍ବଚା ଓ କେଶର ରୁକ୍ଷତାକୁ ଦୂର କରିଥାଏ ।
    କଦଳୀ ଚୋପା ଚେହେରାରେ ଥିବା କଳା ଦାଗ, ରୁକ୍ଷତା ଏବଂ କୁଞ୍ଚନକୁ ଦୂର କରିବାରେ ସହାଯ୍ୟ କରିଥାଏ । ଏହି ଲାଭ ପାଇବା ପାଇଁ ଏପରି କରନ୍ତୁ ମସାଜ ।

    ମୁହଁକୁ ପ୍ରଥମେ ଭଲ ଭାବରେ ଧୋଇ ପୋଛି ନିଅନ୍ତୁ ।
    କଦଳୀ ଚୋପାର ଭିତର ଅଂଶକୁ ନିଜ ଚେହେରାରେ ୧୫ମିନିଟ ମସାଜ କରନ୍ତୁ ।
    ଏହା ପରେ ସଫା ପାଣିରେ ମୁହଁ ଧୋଇ ନିଅନ୍ତୁ ।
    ଆପଣ ପ୍ରତିଦିନ ଗୋଟିଏ କଦଳୀ ଖାଇବା ପରେ ଏହି ମସାଜ କରିଲେ ନିଜେ କିଛି ଦିନ ମଧ୍ୟରେ ପରିବର୍ତ୍ତନ ଦେଖିପାରିବେ । ଏପରି କରିଲେ ଏହା ଆପଣଙ୍କ ଚେହେରାର ଦାଗ ହଟାଇବାରେ ସାହାଯ୍ୟ କରିଥାଏ ।

    ଯେଉଁମାନେ ପ୍ରତିଦିନ ମସାଜ କରିପାରିବେ ନାହିଁ ତେବେ ସେମାନେ ଏହାକୁ ଫେସ ମାସ୍କ ଭାବେ ବ୍ୟବହାର କରିପାରିବେ । ଏପରି ପ୍ରସ୍ତୁତ କରନ୍ତୁ ମାସ୍କ:

    କଦଳୀ ଚୋପାକୁ ଛୋଟ ଛୋଟ ଖଣ୍ଡରେ କାଟି ନିଅନ୍ତୁ ।
    ଏଥିରେ କ୍ଷୀର ମିଶାଇ ଚିକ୍କଣ କରି ବାଟି ନିଅନ୍ତୁ ।
    ଏହି ପେଷ୍ଟକୁ ଭଲ ଭାବେ ମୁହଁ ଏବଂ ବେକରେ ଲଗାଇ ନିଅନ୍ତୁ ଓ ୨୦ ମିନିଟ ଶୁଖିବା ପାଇଁ ଛାଡି ଦିଅନ୍ତୁ ।
    ଆପଣ ଚାହିଁଲେ ଏଥିରେ ଦହି କିମ୍ବା ମହୁ ମିଶାଇ ପାରିବେ ।
    ମାସ୍କ ଶୁଖିବା ପରେ ଏହାକୁ ଧୋଇ ମସ୍ଚରାଇଜର ଲଗାଇ ନିଅନ୍ତୁ ।
    ସପ୍ତାହରେ ଦୁଇ ଥର ଏପରି ପ୍ରୟୋଗ କରିଲେ ଆପଣ ନିଜ ଚେହେରାରେ ପରିବର୍ତ୍ତନ ଦେଖିପାରିବେ ।
    କଦଳୀ ଚୋପାକୁ ସ୍କ୍ରବ ଭାବେ ବ୍ୟବହାର କରିଲେ ଏହା ଆପଣଙ୍କ ଚେହେରାରେ ଜମା ହୋଇଥିବା ମଇଳାକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏପରି ପ୍ରସ୍ତୁତ କରନ୍ତୁ ସ୍କ୍ରବ:

    ପ୍ରଥମେ କଦଳୀ ଚୋପାର ଭିତର ଅଂଶକୁ କୋରି ବାହାର କରିନିଅନ୍ତୁ ।
    ଏଥିରେ ମହୁ ଏବଂ ଚିନି ମିଶାଇ ନିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ସ୍କ୍ରବ ।
    ଏହି ସ୍କ୍ରବକୁ ଚେହେରାରେ ଲଗାଇ ୫ ମିନିଟ ପର୍ୟ୍ୟନ୍ତ ସ୍କ୍ରବ କରନ୍ତୁ ।
    ଏହାପରେ ଭଲ ଭାବେ ମୁହଁ ଧୋଇ ମସ୍ଚରାଇଜର ଲଗାଇ ନିଅନ୍ତୁ ।
    ସପ୍ତାହରେ ଏପରି ଦୁଇଥର ସ୍କ୍ରବ କରିଲେ ଆପଣଙ୍କ ଚେହେରାରେ ଉଜ୍ଜଳତା ଆସିବ ।
    କଦଳୀ ଚୋପା କେବଳ ତ୍ବଚା ନୁହେଁ ବରଂ ଏହା କେଶର ବିଭିନ୍ନ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । କେଶର ସମସ୍ୟା ପାଇଁ କଦଳୀ ଚୋପା ଖୁବ ଉପାଦେୟ ଅଟେ । ଏଥିପାଇଁ ଆପଣଙ୍କୁ ଏକ ହେୟାର ପ୍ୟାକ ତିଆରି କରିବାକୁ ହେବ । ଏପରି ପ୍ରସ୍ତୁତ କରନ୍ତୁ ହେୟାର ପ୍ୟାକ:

    ଦୁଇ ବଡ଼ ଚାମଚ ନଡିଆ କ୍ଷୀର ସହିତ କଦଳୀ ଚୋପାକୁ ପେଶି ନିଅନ୍ତୁ ।
    ଏଥିରେ ଦୁଇ ଚାମୁଚ ଦହି ମିଶାଇ ମୁଣ୍ଡରେ ଲଗାଇରଖନ୍ତୁ ।
    ଅଧଘଣ୍ଟା ଏହାକୁ ମୁଣ୍ଡରେ ରହିବାକୁ ଦିଅନ୍ତୁ ଏବଂ ଏକ ମାଇଲ୍ଡ ସାମ୍ପୁର ବ୍ୟବହାର କରି ଏହାକୁ ଧୋଇ ନିଅନ୍ତୁ ।
    ସପ୍ତାହକୁ ଏହି ପ୍ୟାକ ଦୁଇଥର ବ୍ୟବହାର କରିବା ଦ୍ବାରା ଆପଣ ଋପି ସମସ୍ୟା କମିବାର ଲକ୍ଷ୍ୟ କରିପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook