କଟକ : ଏସସିବି ମେଡିକାଲ କଲେଜରେ ପୁଣି ଜଣେ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ। କାଜୁଆଲଟି ମେଡିକାଲ ଅଫିସର ଡକ୍ଟର ଜ୍ୟୋତି ପ୍ରକାଶଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣ ନେଇ ରୋଗୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ଏତଲା ଦିଆଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନହେଲେ ଡ଼ାକ୍ତରମାନେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁସାରେ, ରବିବାର ବିଳମ୍ବିତ ରାତିରେ ତିନି ଜଣ ବ୍ୟକ୍ତି କୁକୁର କାମୁଡ଼ାରେ ଆହତ ହୋଇ ଏସସିବି ଟ୍ରମା କାଜୁଆଲଟିକୁ ଆସିଥିଲେ। ଆହତ ବ୍ୟକ୍ତିମାନଙ୍କ ହାତ ଓ ଗାଲକୁ କୁକୁର କାମୁଡି ଦେଇଥିଲା। ତେବେ ଆହତ ଯୁବକମାନେ ନିଶାସକ୍ତ ଅବସ୍ଥାରେ ଥିଲେ। ଚିକିତ୍ସା ସମୟରେ ସେମାନେ କାଜୁଆଲଟି ମେଡିକାଲ ଅଫିସରଙ୍କୁ ଆକ୍ରମଣ କରିଥିଲେ। ଏନେଇ ମେଡିକାଲ ଫାଣ୍ଡିରେ ଏକ ଏତଲା ଦିଆଯାଇଛି। ଏହି ଘଟଣାର ପ୍ରତିବାଦ କରି ଆଜି ପିଜି ଡାକ୍ତର ମାନେ ପ୍ରତିକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଯଦି ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗକୁ ଡାକ୍ତରମାନେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ଚେତାବନୀ ଦେଇଛନ୍ତି। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ପୋଲିସ ଅଟକ ରଖିଛି।
Comments ସମସ୍ତ ମତାମତ