ମୁଖ୍ୟ ଖବର
ଭୁବନେଶ୍ୱର: ବିଧାନସଭାରେ ବିଧାୟକ ସନ୍ତୋଷ ଖଟୁଆଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ତାତିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏହାର ପ୍ରତିବାଦରେ ଉଭୟ ଦଳର ବିଧାୟକ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ସନ୍ତୋଷ ଖଟୁଆଙ୍କ ବିରୋଧରେ ବାଚସ୍ପତି କାର୍ୟ୍ୟାନଷ୍ଠାନ ନିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ, ମୁଖ୍ୟ ସଚେତକ, ପଞ୍ଚାୟତିରାଜ ମନ୍ତ୍ରୀ, ବିଧାୟକ ଭାସ୍କର ମଢେଇ ଓ ଉପାସନା ମହାପାତ୍ରଙ୍କୁ ବାହାରକୁ ଯାଇ ଉଭୟ ଦଳ ନେତୃତ୍ୱଙ୍କୁ ଡାକି ଆଣିବାକୁ କହିଥିଲେ ବାଚସ୍ପତି ସୁରମା ପାଢୀ । ଏହାର କିଛି ସମୟ ପରେ ଗୃହକୁ ବିରୋଧୀ ଆସିବା ପରେ ଗୃହକାର୍ୟ୍ୟ ଆରମ୍ଭ ହୋଇଥିଲା ।
ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକା ଦାହ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ନୀଳଗିରି ଦୁର୍ଗାମଣ୍ଡପ ଛକ ନିକଟରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିଛି ନୀଳଗିରି ବିଜୁ ଜନତା ଦଳ । ପବିତ୍ର ଗୃହ ବିଧାନସଭା ଭିତରେ ଦେଶର ବିଭାଜନ ପାଇଁ ତୁମ ଗାନ୍ଧୀ ଦାୟୀ ବୋଲି ବିରୋଧି ଦଳକୁ କହିଥିଲେ ବିଧାୟକ । ଯାହାର ପ୍ରତିବାଦରେ ନୀଳଗିରି ବିଜୁ ଜନତା ଦଳ ପକ୍ଷରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଅପଶବ୍ଦ କହିବା ଘଟଣାକୁ ଖଣ୍ଡନ କରିଛନ୍ତି ବିଧାୟକ ସନ୍ତୋଷ ଖଟୁଆ । ଅପ୍ରସଙ୍ଗକୁ ପ୍ରସଙ୍ଗ କରିବା ବିରୋଧୀଙ୍କ କାମ ବୋଲି କହିଛନ୍ତି ।
Comments ସମସ୍ତ ମତାମତ