Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏକ୍ରାମ ପ୍ରକଳ୍ପ : ୧୫ ଦିନରେ ନୂଆ ଟେଣ୍ଡର

    Share on :
    ajab-Image
    Date: Dec 4, 2025    Views: 2445

    ଭୁବନେଶ୍ୱର : ଖୁବଶୀଘ୍ର ସରିବ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ କାର୍ୟ୍ୟ । ଭୁବନେଶ୍ୱର ଏକାମ୍ର ପ୍ରକଳ୍ପ କାର୍ୟ୍ୟ ଶିବରାତ୍ରୀ ପୂର୍ବରୁ ସାରିବାକୁ ଯୋଜନା ରଖାଯାଇଛି । ଆସନ୍ତା ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ୱର ଆଲୋକୀକରଣ କାର୍ୟ୍ୟ, ପାର୍କିଂ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବିନ୍ଦୁ ସାଗରକୁ ସଫା ସହ ଦେବୀ ପାଦହରା,ପାପ ନାଶିନୀର ପୁନଃ ଉଦ୍ଧାର କରାଯିବ । ଶିବରାତ୍ରୀ ପୂର୍ବରୁ କାମ ସାରିବାକୁ ଆଇନ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି, ଯେଉଁ ସଂସ୍ଥାକୁ କାମ ଦିଆଯାଇଥିଲା ସେ ବିଳମ୍ବ କଲା, ୧୫ ଦିନ ଭିତରେ ଟେଣ୍ଡର ଡାକି ନୂଆ ସଂସ୍ଥାକୁ କାମ ଦିଆଯିବ । ଏଥିପାଇଁ ଏଏସଆଇକୁ ଅର୍ଥ ଯୋଗେଇବ ଦେବ ପୂର୍ତ୍ତ ବିଭାଗ । ବାକି ଥିବା ଜମି ଅଧିଗ୍ରହଣ କାର୍ୟ୍ୟ ହାତକୁ ନିଆଯିବ। ଆମ୍ପି ଥିଏଟର ବ୍ୟାଖ୍ୟାନ କେନ୍ଦ୍ର ନିର୍ମାଣ ହେବା ପ୍ରକଳ୍ପ ଅଗ୍ରଗତି ନେଇ ପ୍ରତି ସପ୍ତାହରେ ବିଭାଗକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ । ଆସନ୍ତା ବର୍ଷ ଜୁନ ସୁଦ୍ଧା ପୁରା ପ୍ରକଳ୍ପ ସାରିବାକୁ ଲକ୍ଷ ରଖିଛୁ । ଗତକାଲି ଏକାମ୍ର ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ପୂର୍ତ୍ତ ମନ୍ତ୍ରୀ । 

    Maximum 500 characters

    ତାଜା ଖବର View all

    Find Us on Facebook