Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବିଧାନସଭା: ଧାନ ବିକ୍ରି ପାଇଁ ୫ ଜିଲ୍ଲାକୁ ମୋଟ ୨, ୯୪, ୫୯୪ ଟୋକନ

    Share on :
    ajab-Image
    Date: Dec 3, 2025    Views: 3393

    ଭୁବନେଶ୍ବର: ରାଜ୍ୟ ବିଧାନସଭାର ଶୀତ ଅଧିବେଶନରେ ବୁଧବାର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ୠଇଛ ଧାନ ବାଧ୍ୟତାମୂଳକ ବୋଲି କହିଛନ୍ତି। ଚଳିତ ଖରିଫ ଋତୁରେ ୧୯,୭୬,୮୧୨ ଚାଷୀ ପଞ୍ଜିକୃତ ହୋଇଥିବା ସୂଚନା ଦେଇଛନ୍ତି। ଏଥିସହିତ ଧାନ ବିକ୍ରି ପାଇଁ ୫ ଜିଲ୍ଲାକୁ ଟୋକନ ଦିଆଯାଇସାରିଛି ବୋଲି କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ। ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡ଼ା ଓ ସମ୍ବଲପୁରକୁ ଟୋକନ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ତେବେ ମୋଟ ୨, ୯୪, ୫୯୪ ଟୋକନ ଦିଆଯାଇଛି ଏବଂ ଖୁବଶୀଘ୍ର ଅନ୍ୟ ଅଞ୍ଚଳରୁ ଧାନ ସଂଗ୍ରହ ଆରମ୍ଭ ହେବ ବୋଲି କହିଛନ୍ତି ମନ୍ତ୍ରୀ।

    Maximum 500 characters

    ତାଜା ଖବର View all

    Find Us on Facebook